ଭୁବନେଶ୍ବର : ମିକା.. ମିକା.. ମିକା.. ଶବ୍ଦରେ ଉଛୁଳୁଥିଲା ଶ୍ରୋତା ସମୁଦ୍ର। ମିକାଙ୍କ କଣ୍ଠ ଶୁଣିବାକୁ ଅଧୀର ହୋଇ ପଡ଼ୁଥିଲେ ଦର୍ଶକ। ଶେଷରେ ଠିକ୍ ୮ଟା ୨୦ରେ ଆତସବାଜି ପ୍ରଦର୍ଶନ ସହ କଳା ଚଷମା ଓ ଚିକମିକ୍ ଜାକେଟ୍ ପରିଧାନ ସହ ନିଆରା ଢଙ୍ଗରେ ମଞ୍ଚକୁ ପ୍ରବେଶ କରିଥିଲେ ମିକା। ପୁରୁଣା ଚିର ସବୁଜ ଗୀତରୁ ଆରମ୍ଭ କରି ନୂଆ ଗୀତରେ ଶ୍ରୋତାଙ୍କୁ ଖୁବ୍ ନଚାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ୍ସଆଇଏମ୍ବି ପରିସରରେ ଆୟୋଜିତ ଉତ୍ସବ ‘ଏକ୍ସପ୍ରେସନ୍’ରେ ମିକାଙ୍କ ଗୀତରେ ଝୁମିଥିଲେ ହଜାର ହଜାର ଶ୍ରୋତା। ‘ତୁମ୍ ଯୋ ମିଲ୍ ଗୟେ ହୋ ତୋ ୟେ ଲଗ୍ତା ହୈ…’, ‘ତେରେ ବିନା ଜିନ୍ଦେଗି ସେ କୋଇ ସିକ୍ୱା ନେହିଁ… ଭଳି ପୁରୁଣା ହିଟ୍ ରୋମାଣ୍ଟିକ୍ ଗୀତ ପରେ ଆରମ୍ଭ ହୋଇଥିଲା ଡ୍ୟାନ୍ସ ବିଟ୍। ଦମାଦମ ମସ୍ତ କଲନ୍ଦର…, ଅପ୍ନେ ତୋ ଯେସେ ତୈସେ.., ରାନୀ ତୁ ମେ ରାଜା.., ଦେଖା ଯୋ ତୁଝେ ୟାର୍.., ଢିଙ୍କା ଚିକା…, ଭଳି ଗୀତ ଗାଇ ଏକ୍ସପ୍ରେସନ୍ ସନ୍ଧ୍ୟାରେ ଛାପ ଛାଡ଼ି ଦେଇଥିଲେ। ମିକାଙ୍କୁ ଦେଖିବା ପାଇଁ ସନ୍ଧ୍ୟା ନହେଉଣୁ ଏକ୍ସଆଇଏମ୍ବି ପଡ଼ିଆକୁ ଶ୍ରୋତାଙ୍କ ସୁଅ ଛୁଟିଥିଲା। କିଛି ଶ୍ରୋତା ପାସ୍ ହାତରେ ଥାଇ ମଧ୍ୟ ଭିଡ଼ ଯୋଗୁଁ ଭିତରେ ପ୍ରବେଶ କରିନପାରି ପାଟି ତୁଣ୍ଡ କରିଥିଲେ। ମଂଚରେ ମିକାଙ୍କ ସହ ସାଥୀ କଳାକାରମାନେ ମଧ୍ୟ ସଂଗୀତ ପରିବେଷଣ କରିଥିଲେ। ବିଶେଷକରି ମେ ହୁ ତେରା କିଙ୍ଗ୍ ଓୟେ… ଗୀତରେ ମିକାଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ ଜିଣି ନେଇଥିଲା।