ଗଠନ ହେବ ଲଘୁ ଖଣିଜ ନିର୍ଦ୍ଦେଶାଳୟ

୧୪ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ସୂଚନା

ପୁରୀ ଶଙ୍କରାଚାର୍ଯ୍ୟ ମଠକୁ ଫେରିବ ୩.୭୮ ଏକର ଜମି
ହସ୍ପିଟାଲ ପାଇଁ ଶୀତଳାପଲ୍ଲୀରେ ୪୩.୦୫ ଏକର ଜମି ଦିଆଯିବ
ନର୍ଲା ଇଲେକଟ୍ରିକ୍ ଲୋକମୋଟିଭ ପାଇଁ ୧୪୧.୦୭ ଏକର
ପୁରୀ, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ବର : ଏଣିକି ବାଲି, ଗୋଡ଼ି, ମୋରମ ଚୋରାଚାଲାଣ ରୋକିବାକୁ ସ୍ବତନ୍ତ୍ର ଲଘୁ ଖଣିଜ ନିର୍ଦ୍ଦେଶାଳୟ େଖାଲାଯିବ। ପୁରୀ ଶଙ୍କରାଚାର୍ଯ୍ୟ ମଠକୁ ୩.୭୮ ଏକର ଜମି ପ୍ରଦାନ କରାଯିବ। ଗଞ୍ଜାମର ଶୀତଳାପଲ୍ଲୀରେ ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ମଲଟି ଫ୍ୟାସିଲିଟି ହସ୍ପିଟାଲ ନିର୍ମାଣ ପାଇଁ ସରକାର ଜମି ଯୋଗାଇ ଦେବେ। କଳାହାଣ୍ଡିର ନର୍ଲାରେ ଇଲେକଟ୍ରିକ ଲୋକୋମୋଟିଭ ପାଇଁ ମଧ୍ୟ ଜମି ଯୋଗାଇ ଦିଆଯିବ। କେବଳ ସେତିକି ନୁେହଁ, ନୂତନ କରି ରାଜ୍ୟ ସରକାର ଓଡ଼ିଶା ମୁକ୍ତ ବିଶ୍ବ ବିଦ୍ୟାଳୟ ଗଠନ କରିବେ।

ଆଜି ଛୁଟିଦିବସ ଥିଲେ ବି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହିପରି ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କିନ୍ତୁ ବିଧାନସଭା ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ।

ବିଶ୍ବସ୍ତସୁତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଲଘୁ ଖଣିଜ ସଂପଦ େଚାରା ଚାଲାଣ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ମାଫିଆ ଓ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟରମାନେ ସମସ୍ତଙ୍କ ଆଖିରେ ଆଙ୍ଗୁଠି େଗଞ୍ଜି ଏସବୁକୁ କରାୟତ କରିଲେଣି। ରାଜ୍ୟ ସରକାର ଏହାଦ୍ବାରା ବିପୁଳ ରାଜସ୍ବ ହରାଉଛନ୍ତି। ଏଣୁ ସରକାର ଏସବୁରେ ପୂର୍ଣ୍ଣଛେଦ ଟାଣିବା ପାଇଁ େଗାଟିଏ ପଟେ ଏସଟିଏଫ୍ ମାଧ୍ୟମରେ ଚଢଉ ଅଭିଯାନ େଜାରଦାର କରିଥିବା ବେଳେ ଅନ୍ୟପଟରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ପାଇଁ ସରକାର ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲଘୁ ଖଣିଜ ନିର୍ଦ୍ଦେଶାଳୟ ରାଜସ୍ବ ବିଭାଗ ଅଧୀନରେ କାର୍ଯ୍ୟ କରିବ। ଏହି ନିର୍ଦ୍ଦେଶାଳୟ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ କାରବାର, ଲିଜ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ। ଆଜି ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିେନଟ୍ ସାମ୍ନାକୁ ଅଣାଯାଇଥିଲା।

ସେହିପରି କ୍ୟାବିେନଟ ଆଜି ଗଞ୍ଜାମର ସୀତଳାପଲ୍ଲୀରେ ଟାଟା ଷ୍ଟିଲ ପକ୍ଷରୁ ନିର୍ମାଣ ହେବାକୁ ଥିବା ମଲିଟି ଫ୍ୟାସିଲିଟି ହସ୍ପିଟାଲ ନିର୍ମାଣ ପାଇଁ ସ୍ବଳ୍ପ ପ୍ରିମିୟମରେ ୪୩.୦୫ ଏକର ଜମି ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବିତ କଳାହାଣ୍ଡିର ନର୍ଲାରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ପ୍ରକଳ୍ପ ନିର୍ମାଣ ପାଇଁ ୧୪୧.୦୭ ଏକର ଜମି ଯୋଗାଇ ଦିଆଯିବ। ଏହାବ୍ୟତୀତ ରେଳ ଫ୍ୟାକ୍ଟ୍ରିକୁ ସଂଯୋଗୀକରଣ ପାଇଁ ୧୧୦ ଏକର ଜମି ସରକାର ରେଳ ବିଭାଗକୁ ପ୍ରଦାନ କରିବେ।

ପୁରୀ ଶଙ୍କରାଚାର୍ଯ୍ୟ ମଠର ଜମି ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ତାଲିକାରେ ରେକର୍ଡ଼ ହୋଇଥିଲା। ସରକାର ୩.୭୮ ଏକର ଜମି ଜଗନ୍ନାଥଙ୍କ ଖାତାରୁ କାଟି ଶଙ୍କରାଚାର୍ଯ୍ୟ ମଠକୁ ପୁଣି ଫେରାଇବେ। ଏଥିପାଇଁ ଷ୍ଟାମ୍ପ ଫି ଛାଡ କରାଯିବ।

ଉଚ୍ଚଶିକ୍ଷା ବିଭାଗ ଦୁଇଟି ପ୍ରସ୍ତାବ କ୍ୟାବିନେଟ୍ ସାମ୍ନାକୁ ଆଣିଥିଲା। ମୁକ୍ତ ବିଶ୍ବବିଦ୍ୟାଳୟ ସଂପର୍କିତ ଏକ ପ୍ରସ୍ତାବ ଉପରେ େମାହର ଲାଗିଛି। ସେହିପରି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଏସିଆନ ସ୍କୁଲ ଅଫ୍ ବିଜିନେସ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ଡିମଡ୍ ୟୁନିଭରସିଟିରେ ପରିଣତ କରିବାକୁ କ୍ୟାବିନେଟ ସମ୍ମତି ଜଣାଇଛନ୍ତି।

ପଞ୍ଚାୟତିରାଜ ବିଭାଗର ୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ନିଷ୍ପତ୍ତି ମୁତାବକ ପୁରୀ, ନବରଙ୍ଗପୁର ଓ ଝାରସୁଗୁଡ଼ାରେ ତିନୋଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ।

କୋରାପୁଟ ଜିଲ୍ଲା ଜୟପୁରର ପଟ୍ଟାଙ୍ଗୀ ବ୍ଲକରେ ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ହୋଇଥିବା ଘଟଣାରେ ତଦନ୍ତ କମିସନ ଦେଇଥିବା ରିପୋର୍ଟକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହ କ୍ୟାବିନେଟ ବୈଠକରେ ଗ୍ରହଣ କରାଯାଇଛି। ଅଶୋକ ପରିଜା ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିବା ନେଇ କ୍ୟାବିନେଟ ମୋହର ଲାଗିଛି। ଏହାସହିତ ଚଳିତ ବିଧାନସଭା ଆହୁତ ହେବା ନେଇ କ୍ୟାବିନେଟ ମଞ୍ଜୁରି ମିଳିଛି। ଓଡ଼ିଶା ଲୋକାୟୁକ୍ତ ଆଇନରେ ସଂଶୋଧନ ହେବ। ଓଡ଼ିଶା ଷ୍ଟାମ୍ପ ଡ୍ୟୁଟି ଆଇନରେ ମଧ୍ୟ ସରକାର ସଂଶୋଧନ କରିବେ।

ସମ୍ବନ୍ଧିତ ଖବର