ଲଘୁ ଖଣିଜ ଚୋରି ରୋକିବାକୁ ରାଜସ୍ୱ ବିଭାଗର ବିଜ୍ଞପ୍ତି

ଭୁବନେଶ୍ୱର : ବେଆଇନ ଭାବେ ବାଲି, ପଥର, ମୋରମ ଚୋରି ରୋକିବା ପାଇଁ ରାଜସ୍ୱ ବିଭାଗ ତରଫରୁ ନୂଆ ଯୋଜନା ଆରମ୍ଭ ହୋଇଛି। ଏ ନେଇ ବିଭାଗ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଯୋଜନା ଅନୁଯାୟୀ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ପୁଲିସଙ୍କୁ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବେ। ସେମାନେ ଲଘୁ ଖଣିଜ ଜଗିବେ। ସେହିପରି ପ୍ରତି ବାଲିଘାଟ, ପଥର ମୋରମ ଖାଦାନର ଡିଜିପିଏସ୍‌ ସର୍ଭେ କରାଯିବ। ସେଠାରେ ସୀମା ଚିହ୍ନଟ ପାଇଁ ଖୁଣ୍ଟ ବସାଯାଇ ବାଡ଼ କରାଯିବ। ଅନ୍‌ଲାଇନ ଯୋଗେ ତା’ ଉପରେ ସତର୍କ ଦୃଷ୍ଟି ରହିବ।

ଏହି ଯୋଜନାରେ ଲଘୁ ଖଣିଜ ଥିବା ଅଞ୍ଚଳରେ େଓ୍ଵ-ବ୍ରିଜ୍‌ କିମ୍ବା ଚେକ୍‌ଗେଟ୍‌ ସ୍ଥାପନ କରାଯିବ। ସିସିଟିଭି ସ୍ଥାପନ କରି ଚୋରି ରୋକାଯିବ। ଏଣିକି ଲିଜ୍‌ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ଲଘୁ ଖଣିଜ ଦାୟିତ୍ୱରେ ରହିବେ। ଲଘୁ ଖଣିଜ ଚୋରି ରୋକିବା ପାଇଁ ଜିଲ୍ଲାପାଳ, ଏସ୍‌ପି ଏସ୍‌ଓପି ପ୍ରସ୍ତୁତ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର