ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦେଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଯାଜପୁର, ଢ଼େଙ୍କାନାଳରେ ବର୍ଷା ହୋଇପାରେ। ସେହିପରି ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ୮ତାରିଖରେ ମୌସୁମୀ ଓଡିଶା ଛୁଇଁବା ପରେ ସକ୍ରିୟ ହେବା ବଦଳରେ ଦୁର୍ବଳ ହେବାରେ ଲାଗିଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ସେଭଳି ହେଉନାହିଁ । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ, ଆଗାମୀ ୩୬ ଘଣ୍ଟା ମଧ୍ୟରେ ସାରା ଦେଶରୁ ମୌସୁମୀ ଗାଏବ ହୋଇଯିବାର ସମ୍ଭାବନା ଅଧିକ ରହିଛି । ଏବେ ମୌସୁମୀ ଆଗଭଳି ସକ୍ରିୟ ନାହିଁ । ଜୁନ ୧୯ ତାରିଖ ଯାଏଁ ବର୍ଷା ହେବ ନାହିଁ, ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଗତକାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୩୭.୦ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନମ୍ନ ୧୯ଡିଗ୍ରୀ ତାପମାତ୍ରା ରହିଛି।