ଖୁବ ଶୀଘ୍ର ହେବ ମାଲେସିଆ ଜାହାଜ ସ୍ଥାନାନ୍ତରଣ: ପରିବହନ ମନ୍ତ୍ରୀ

ପୁରୀ: ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା | ମନ୍ତ୍ରୀ କହିଛନ୍ତି ଯେ ଚିଳିକାରୁ ଖୁବଶୀଘ୍ର ମାଲେସିଆ ଜାହାଜକୁ ସ୍ଥାନାନ୍ତର କରାଯିବ | ଜାହାଜ ତେଲ ଟାଙ୍କିରେ ୩୦ ହଜାର ଲିଟର ଡିଜେଲଥିବାରୁ ତେଲ ଲିକ୍‌ ଆଶଙ୍କା ଥିବା ଚିଠି ଲେଖିଥିଲା କୋଷ୍ଟଗାର୍ଡ | ଏଠାରେ ସୂଚନା ଥାଉ କି ଓଡ଼ିଶା ଉପକୂଳରେ ଗତ ୯ ତାରିଖରେ ଦିଗହରା ହୋଇ ଏକ ମାଲବାହୀ ଜାହାଜ ଚିଲିକାରେ ଅଟକିଛି। ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା।

nocorruption.in

ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର ରାଜହଂସ ନିକଟରେ ଅଟକିଥିଲା। ଜାହାଜରେ ମାଲେସିଆର ୭ ଜଣ ନାଗରିକ ଓ ଜଣେ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ଏକ ସପ୍ତାହ ହେବ ଅଟକି ରହିଥିବା ଜାହାଜର ଟାଙ୍କିରୁ ଡିଜେଲ ଲିକ୍‌ ହେଲେ ଚିଲିକା ପ୍ରତି ଘୋର ବିପଦ ସୃଷ୍ଟି ହେବ।

ବିଶେଷ କରି ଜାହାଜରେ ଥିବା ୩୦ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ବଢିଯାଇଛି ଚିନ୍ତା । ପରିବେଶବିତ ବି ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି, ଜୈବ ବିବିଧତା ଉପରେ ଏହାର କୁପ୍ରଭାବ ପଡିବ । ମାଛ ଉତ୍ପାଦନ ପ୍ରଭାବିତ ହେବା ସହ ଚିଲିକା ଉପରେ ପ୍ରଭାବ ପଡିବ ।

ସମ୍ବନ୍ଧିତ ଖବର