ପୁଅଙ୍କ ଅପରାଧ ମାମଲା : ବଦ୍ରିଙ୍କ ଅଡ଼ୁଆ ବଢ଼ିଲା

ଆନନ୍ଦପୁର : ଗୋଟିଏ ପୁଅ ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ। ଏପଟେ ଆଉ ଏକ ପୁଅ ଜଣକୁ ଗୋଡ଼ାଇ ହାଣିଥିବା ନେଇ ଥାନାରେ ମାମଲା ହୋଇଛି। ଦୁଇ ପୁଅଙ୍କ ଅପରାଧିକ ମାମଲାକୁ ନେଇ ଅଡୁଆରେ ପଡ଼ିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ତୁରନ୍ତ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା ପାଇଁ ବିରୋଧୀ କଂଗ୍ରେସ, ବିଜେପି ପକ୍ଷରୁ ଦାବି ହୋଇଛି।

କେନ୍ଦୁଝର ଜିଲ୍ଲାର ଏକମାତ୍ର ମନ୍ତ୍ରୀଙ୍କ ଦ୍ବିତୀୟ ପୁତ୍ର ଦେବାଶିଷ ପାତ୍ର ତିନୋଟି ସ˚ଗିନ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମାସାଧିକ କାଳ ହେଲା ତାଙ୍କୁ ଜାମିନ ମିଳୁନି। ଏଭଳି ସ୍ଥିତିରେ ଗତ ୭ତାରିଖରେ ଦୀପାବଳି ଅବସରରେ ହାତୀବନ୍ଧା ନିକଟରେ ସନାସେନାର ସମର୍ଥକ ପ୍ରଶାନ୍ତ କୁମାର ସାହୁଙ୍କୁ ମନ୍ତ୍ରୀଙ୍କ ଚତୁର୍ଥପୁତ୍ର ଦେବପ୍ରିୟ ପାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣାର ଦୁଇଦିନ ପରେ ମଧୢ ପୁଲିିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପଟେ ମନ୍ତ୍ରୀ ଶ୍ରୀପାତ୍ର କିନ୍ତୁ ରାମଚନ୍ଦ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପୁଅ ନିର୍ଦୋଷ ବୋଲି କହି ରାଜନୈତିକ ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି।

ଅପରପକ୍ଷରେ ଏହି ମାମଲାରେ ସନାସେନାର ନେତା ତଥା ଜନସମୃଦ୍ଧି ପାର୍ଟିର ରାଜ୍ୟ ଯୁଗ୍ମ ସ˚ପାଦକ ସୁରେଶ ସାହୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଗତ ବର୍ଷକ ମଧୢରେ ଘସିପୁରା ଅଞ୍ଚଳରେ ଘଟିଥିବା ରାଜନୈତିକ ହି˚ସାକାଣ୍ତରେ ମନ୍ତ୍ରୀପୁଅଙ୍କ ସ˚ପୃକ୍ତିର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏହି ଅଞ୍ଚଳରେ ବାରମ୍ବାର ହି˚ସାକାଣ୍ତ ଘଟୁଥିବାରୁ ଏନେଇ ପୁଲିସ୍‌କୁ ସେ ଦାୟୀ କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଅଞ୍ଚଳରେ ଆଇନ୍‌ ଶୃଙ୍ଖଳାର ସୁଧାର ଆଣିବାକୁ ଜଣେ ଆଇପିଏସ୍‌ ଅଫିସର ନିଯୁକ୍ତି କରିବାକୁ ସେ ଦାବି କରିଛନ୍ତି। ଏନେଇ ଆଗାମୀ ଦିନରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନସମୃଦ୍ଧି ପାର୍ଟି ପକ୍ଷରୁ ଏକ ଜନସମାବେଶ ଆୟୋଜନ କରିବାକୁ ଜନସମୃଦ୍ଧି ପାର୍ଟି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର