ସୁରକ୍ଷା ନୁହେଁ, ସଉକ ପାଇଁ ଛାତ୍ର ଜୀବନରୁ ପାଖରେ ବନ୍ଧୁକ ରଖିଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ତାଲିକାକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେ ଦର୍ଶାଇଛନ୍ତି କି ତାଙ୍କ ପାଖରେ ଦୁଇଟି ଲାଇସେନ୍ସପ୍ରାପ୍ତ ରିଭଲଭର୍ ଓ ଗୋଟିଏ ରାଇଫଲ୍ ରହିଛି। ଏହି ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ବନ୍ଧୁକ ରଖିବାର କାରଣ ପଚାରିଥିଲେ। ଏହାର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ବନ୍ଧୁକ ରଖିବା ତାଙ୍କ ସଉକ। ନିଜର ସୁରକ୍ଷା ଲାଗି ନୁହେଁ, ବ୍ୟକ୍ତଗତ ସଉକ ଲାଗି ସେ ରଖିଛନ୍ତି ବନ୍ଧୁକ। ରାଜନୀତିକୁ ଆସିବା ବହୁ ପୂର୍ବରୁ ଛାତ୍ର ଜୀବନରୁ ସେ ବନ୍ଧୁକ ରଖିଛନ୍ତି। ବନ୍ଧୁକ ରଖିବା ବେଆଇନ ନୁହେଁ, ଏଥିଲାଗି ଆଇନରେ ବ୍ୟବସ୍ଥା ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ଏହି ତାଲିକାର ତଥ୍ୟ ଅନୁସାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ଲକ୍ଷ ଟଙ୍କା, ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ଲକ୍ଷ ଟଙ୍କା ଓ ଝିଅ ଦୀପାଳୀଙ୍କ ପାଖରେ ୨.୦୭ଟଙ୍କା ଏହିପରି ପ୍ରାୟ ୩୨ଲକ୍ଷ ନଗଦ ଅଛନ୍ତି। ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ସ୍ଥାୟୀ ଜମା ରହିଛି।

ସମ୍ବନ୍ଧିତ ଖବର