କାଳିଆପାଣି : ରାଜ୍ୟ ସରକାରଙ୍କ ଶକ୍ତି, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ନଗଡ଼ା ଗସ୍ତ କରି ସ୍ଥିତି ପରଖିଛନ୍ତି। ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖ ଅସ୍ଥାୟୀ ଶିବିରରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି।
ଆଜି ମନ୍ତ୍ରୀ ଶ୍ରୀ ମିଶ୍ର ତଳ ନଗଡ଼ା ପହଞ୍ଚିବା ପରେ ସାଧାରଣ ଜୁଆଙ୍ଗ ଚଳଣି ଅନୁଧ୍ୟାନ କରିଥିଲେ। ତଳ ନଗଡ଼ାରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟଅତିଥି, ଏସ୍ପି ଚରଣ ସିଂ ମିନା, ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକ ମନୋଜ କୁମାର ବେହେରା, ଖଦୀ ବୋର୍ଡ ସଚିବ ସରୋଜ କୁମାର ପଟେଲ, ଡିଏଫ୍ଓ ସୁଦର୍ଶନ ପାତ୍ର, ବିଡିଓ ବିଶ୍ବଜିତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ନଗଡ଼ା ବିକାଶରେ ଜଡ଼ିତ ଥିବା ପ୍ରଶାସକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କଠୁ ବିଭିନ୍ନ କାର୍ଯ୍ୟଧାରାର ହିସାବ ମାଗିଥିଲେ। ଏଥିସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କଠାରୁ ନଗଡ଼ାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/dibya-sankar-mishra.jpg)