ଗୃହମନ୍ତ୍ରୀଙ୍କ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ

ସାକ୍ଷୀଗୋପାଳ: ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସନ୍ଧ୍ୟା ୭ଟାରେ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି। ସେ ଆଇଆଇସି ଶକୁନ୍ତଳା ପତିଙ୍କଠାରୁ ଥାନାର କର୍ମଚାରୀ ସଂଖ୍ୟା, ଅପରାଧ ସଂଖ୍ୟା ହଆସ ନା ବୃଦ୍ଧି, ଅସୁବିଧା, ପେଟ୍ରୋଲିଂ, ରାତ୍ରୀକାଳୀନ ପେଟ୍ରୋଲିଂ, ମହିଳାମାନଙ୍କ ଅଭିଯୋଗ ଶୁଣିବା ନିମନ୍ତେ ମହିଳା କର୍ମଚାରୀ ଅଛନ୍ତି ନା ନାହିଁ, ମହିଳାମାନଙ୍କୁ ୨୪ ଘଣ୍ଟା ସେବା ପ୍ରଦାନ ଓ ଅଭିଯୋଗ ପାଇବା ପରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଛନ୍ତି। ମନ୍ତ୍ରୀଙ୍କ ସହିତ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ସାଂସଦଙ୍କ ପ୍ରତିନିଧି ବିଜୟ ମହାପାତ୍ର ଉପସ୍ଥିତ ଥିଲେ।

ଥାନାର ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦ, ଏଏସଆଇ ବୈଷ୍ଣବ ମହାରଣା ଓ ପ୍ରିୟଦର୍ଶିନୀ ନନ୍ଦ ତଥ୍ୟ ପ୍ରଦାନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର