ମନ୍ତ୍ରୀ ପୁଅଙ୍କ ଗିରଫ ମାମଲା : ବିଚାର ବିଭାଗୀୟ ହାଜତ ମିଆଦ ୨୫କୁ ବୃଦ୍ଧି

ଭିଡିଓ କନ୍‌ଫରେନ୍ସି˚ରେ ହାଜର ହେଲେ

କେନ୍ଦୁଝର : ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଅବଧି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଜି କୋର୍ଟ ବନ୍ଦ ଥିବାରୁ ଜେଲରେ ଥାଇ ତାଙ୍କୁ ଭିଡିଓ କନଫରେନ୍ସି˚ରେ ହାଜର କରାଯାଇଥିଲା। ତେବେ, ଆସନ୍ତା ୨୫ ତାରିଖରେ ସେ କୋର୍ଟରେ ହାଜର ହେବେ ବୋଲି ସ୍ଥିର ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଘସିପୁରା ଥାନାରେ ସତ୍ୟବ୍ରତ ଜେନାଙ୍କୁ ଆକ୍ରମଣ ମାମଲାରେ ଦେବାଶିଷଙ୍କୁ ଘସିପୁରା ପୁଲିସ ଟାଙ୍ଗି ଅଞ୍ଚଳରୁ ଗିରଫ କରିବା ପରେ କେନ୍ଦୁଝର କୋର୍ଟରେ ହାଜର କରିଥିଲା। ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଜାମିନ ଆବେଦନ ହୋଇ ପାରି ନ ଥିଲା। ଫଳରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହାପରେ ସେ ଜିଲ୍ଲା ଜଜ୍‌ଙ୍କ ପାଖରେ ପ୍ରିଜନ୍‌ ପିଟିସନ ଦାଖଲ କରିଥିଲେ। ଗତ ୨୭ ତାରିଖରେ ଏହି ପ୍ରିଜନ୍‌ ପିଟିସନକୁ ଗ୍ରହଣ କରାଯିବା ପରେ ଶୁଣାଣି ହୋଇଥିଲା। ମାତ୍ର, ତାଙ୍କର ଜାମିନ୍‌ ଆବେଦନ ଜାମିନ ଖାରଜ ହୋଇଯାଇଥିଲା।

ସମ୍ବନ୍ଧିତ ଖବର