ମନ୍ତ୍ରୀପୁଅ ସମେତ ୯ଜଣଙ୍କୁ ଜାମିନ୍‌

ଆନନ୍ଦପୁର : ପୂର୍ବତନ ପୌର ଉପାଧୢକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ମାମଲାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଦ୍ବିତୀୟପୁତ୍ର ଦେବାଶିଷ ପାତ୍ର ଏବଂ ଅନ୍ୟ ୮ଜଣଙ୍କୁ ଜାମିନ୍‌ ମିଳିଛି। ଆଜି ଏହି ମାମଲାର ଶୁଣାଣି କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିଶ୍ବଜିତ୍‌ ମହାନ୍ତି ୯ଜଣଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି। ୨୦ହଜାର ଟଙ୍କା ଲେଖାଏଁ ଅମାନତ ରାଶି ସହିତ ଓ ଦୁଇଜଣ ଜାମିନ୍‌ଦାରଙ୍କ ମାର୍ଫତରେ ଜାମିନ୍‌ରେ ଯିବାକୁ ଏହି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ଦେବାଶିଷଙ୍କ ବ୍ୟତୀତ ଏହି ମାମଲାରେ ଅକ୍ଷୟ ସାହୁ, ଅଜୟ ସାହୁ, ମନୋର˚ଜନ ସାହୁ, ମହେଶ୍ବର ସାହୁ, ଆଶିଷ ବେହେରା, ସିପୁନ୍‌ ବେହେରା, ବିଶ୍ବର˚ଜନ ମହାରଣା, ଖଗେଶ୍ବର ମହାକୁଡ଼ ଗିରଫ ହୋଇଥିଲେ। ତେବେ ବିଶ୍ବର˚ଜନଙ୍କ ବ୍ୟତୀତ ଅନ୍ୟମାନେ ଶୈଲଙ୍ଗରେ ଛଅଜଣ ଦଳିତ ଯୁବକଙ୍କୁ ହଣାକଟା ମାମଲାରେ ଅଭିଯୁକ୍ତ ରହିଥିବାରୁ ସେମାନେ ଏବେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। ଏହି ମାମଲାରେ ଗତ ୧୩ ତାରିଖରେ କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ ଦେବାଶିଷଙ୍କ ଜାମିନ୍‌ ଆବେଦନ ଖାରଜ କରିଦେଇଥିଲେ। ଏଣୁ ହାଇକୋର୍ଟରେ ଜାମିନ୍‌ ଆବେଦନ କରିବା ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର