ମନ୍ତ୍ରୀପୁଅଙ୍କୁ ଜାମିନ୍‌ ମିଳିଲାନି, ୯ରେ ପରବର୍ତ୍ତୀ ଶୁଣାଣି

ମୁକୁଳିଲେ ପୂର୍ବତନ ପୌର ଉପାଧ୍ୟକ୍ଷ

ଆନନ୍ଦପୁର : ପୂର୍ବତନ ପୌର ଉପାଧୢକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ମାମଲାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକର ପୂର୍ବତନ ଅଧୢକ୍ଷ ଦେବାଶିଷ ପାତ୍ରଙ୍କୁ ଆଜି ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନ ଶୁଣାଣିକୁ ଆସନ୍ତା ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଗାଡ଼ି କାଚ ଭଙ୍ଗା ଓ ଘସିପୁରା ବସ୍‌ଷ୍ଟାଣ୍ତ ଆକ୍ରମଣ ଘଟଣା‌େର ସୁରେଶଙ୍କୁ ଜାମିନ୍‌ ମିଳିଛି।

ଆଜି ଦିନ ପ୍ରାୟ ୧୧ଟାବେଳେ ଦେବାଶିଷଙ୍କୁ କଡ଼ା ସୁରକ୍ଷା ମଧୢରେ କେନ୍ଦୁଝର ଜିଲ୍ଲା କାରାଗାରରୁ ଅଣାଯାଇ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିଶ୍ବଜିତ ମହାନ୍ତିିଙ୍କ କ୍ୟାମ୍ପକୋର୍ଟରେ ହାଜର କରାଯାଇଥିଲା। ହେଲେ ଦେବାଶିଷଙ୍କ ପକ୍ଷରୁ ହୋଇଥିବା ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୯ତାରିଖକୁ ଘୁଞ୍ଚାଇ ଦେଇଥିଲେ ଜଜ୍‌। ଫଳରେ ଆଜି ମଧୢ ଦେବାଶିଷ ଓ ତାଙ୍କ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ପୁଣି କେନ୍ଦୁଝର ଜିଲ୍ଲା କାରାଗାରକୁ ନିଆଯାଇଛି।

ସମ୍ବନ୍ଧିତ ଖବର