ଡମ୍ପର ଧକ୍କାରେ ନାବାଳିକାର ମୃତ୍ୟୁ

ଗାଁଅମର୍ଦ୍ଦା : ମୟୂରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ବ୍ଲକ୍‌ ଅଧୀନ ଝାଟିଅଡ଼ା ପଞ୍ଚାୟତ ଟୁପୁରା ଗ୍ରାମର ଜଣେ ନାବାଳିକା ଡମ୍ପର ଧକ୍କାରେ ପ୍ରାଣ ହରାଇଛି। ମୃତ ନାବାଳିକା ହେଲେ ଗ୍ରାମର ସୁନାରାମ ହେମ୍ବ୍ରମ୍‌ଙ୍କ ଝିଅ ପୂର୍ଣ୍ଣିମା(୬)। ଦୁର୍ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକେ ଡମ୍ପର ରହୁଥିବା କ୍ୟାମ୍ପରେ ଭଙ୍ଗାରୁଜା କରୁଛନ୍ତି। ଦୁର୍ଘଟଣା ଘଟାଇଥିବା ଡମ୍ପରଟି ଯେଉଁ କମ୍ପାନୀ ପାଇଁ କାମ କରୁଛି ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦ ୨.୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଛି।

ସମ୍ବନ୍ଧିତ ଖବର