ନାବାଳିକାକୁ ଗଣଦୁଷ୍କର୍ମ!

ଖୁଣ୍ଟା : ମୟୂରଭଞ୍ଜରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଆଦିବାସୀ ପର୍ବକୁ ବୁଲି ଆସିଥିବାବେଳେ କେତେଜଣ ଅସାମାଜିକ ଯୁବକ ଏହି ଘଟଣା ଘଟାଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜଣକୁ  ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନା ମୁତାବକ ଖୁଣ୍ଟା ଥାନା ଡୁକୁରାଠାରେ ରବିବାର ଦିନ ଅନୁଷ୍ଠିତ ଆଦିବାସୀ ସାନ୍ତାଳ ସଂପ୍ରଦାୟର ପର୍ବ ଦିଶମ ଜାହେର ବାହାବଙ୍ଗା ଦେଖିବା ନିମନ୍ତେ ବଡ଼ସାହି ଥାନା ଅଞ୍ଚଳର ଏକ ଆଦିବାସୀ ପରିବାର ଆସିଥିଲେ। ଆଉ ପରିବାର ମଧ୍ୟରେ ଥିଲେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ନାବାଳିକା। ସେଠାରେ ସମସ୍ତେ ବାହାବଙ୍ଗା ପର୍ବର ନାଚଗୀତରେ ସାମିଲ ରହିଥିବା ମଧ୍ୟରେ ନାବାଳିକାଙ୍କ ସହିତ ଭେଟଘାଟ ହୋଇଥିଲା ତାଙ୍କର ଯୁବ ବନ୍ଧୁ ଖୁଣ୍ଟା ଥାନା ଅଧୀନ ଲକ୍ଷ୍ମଣାସାହି ଗ୍ରାମର ସିଂଘୁ ମୁର୍ମୁଙ୍କ ପୁଅ ଧୂମା(୨୫)ଙ୍କ ସହିତ। ପରେ ସନ୍ଧ୍ୟା ସମୟରେ ପରିବାର ବର୍ଗଙ୍କ ଅଗୋଚରରେ ନାବାଳିକାଜଣକ ଯୁବବନ୍ଧୁ ଧୂମା ସହିତ ଲକ୍ଷ୍ମଣାସାହି ଗ୍ରାମ ବୁଲିବାକୁ ଚାଲି ଯାଇଥିଲେ। ଏହି ସମୟରେ ଯୁବକକୁ ଆକ୍ରମଣ କରି କେତେଜଣ ଯୁବକ ନାବାଳିକାୁ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର