କୁକୁର କାମୁଡ଼ାରେ ଛାତ୍ରୀ ଗୁରୁତର

ଡାବୁଗାଁ : ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ଅନ୍ତର୍ଗତ ରଣ୍ଡାଗୁଡା ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ କୁକୁର କାମୁଡାରେ ଗୁୁୁରୁତର ଆହତ ହୋଇଛି। ପ୍ରାୟ ୪ରୁ ୫ଟି କୁକୁର ଛାତ୍ରୀ ଜଣକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରଣ୍ଡାଗୁଡା ଗ୍ରାମର ପୁରନଧର ମାଝୀଙ୍କ ଝିଅ ଫାଲଗୁନି ମାଝୀ(୭) ନିଜ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀ ପଢନ୍ତି। ପ୍ରତିଦିନ ଭଳି ଫାଲଗୁନି ଆଜି ବିଦ୍ୟାଳୟ ଯାଇଥିଲା। ମଧ୍ୟାହ୍ନ ଭୋଜନ ଅବକାଶ ସମୟରେ ଘରକୁ ଫେରୁଥିବା ସମୟରେ ବିଦ୍ୟାଳୟ ନିକଟରେ ଥିବା ୪ରୁ ୫ଟି କୁକୁର ଫାଲଗୁନୀକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। କୁକୁର ଗୁଡିକ ଫାଲଗୁନୀର ଅଣ୍ଟା, ଜଙ୍ଘ ଓ ହାତରେ କାମୁଡିବାରୁ ସେ ଗୁରୁତର ହୋଇଥିଲା। ଏହା ଦେଖିବା ପରେ ସ୍ଥାନୀୟ କିଛି ‌ଲୋକ ଘଟଣାସ୍ଥଳରେ ପହଞ୍ଚି ଫାଲଗୁନୀକୁ କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକ ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। କୁକୁର କାମୁଡା ଇଂଜେକ୍ସନ ଦିଆଯିବା ପରେ ଫାଲଗୁନୀର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅନ୍ୟପଟେ ସ୍କୁଲର ଜଣେ ଛାତ୍ରୀ କୁକୁର କାମୁଡାରେ ଗୁରୁତର ହୋଇଥିଲେ ହେଁ ଅପରାହ୍ନ ସୁଦ୍ଧା କୌଣସି ସ୍କୁଲ କର୍ତୃପକ୍ଷ ସାକ୍ଷାତ କରିବାକୁ ଆସିନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର