ଓଡ଼ିଶା ସରକାରଙ୍କ ସହାୟତା ଗ୍ରହଣ କରିବାକୁ ମନା କଲେ ରାଜସ୍ଥାନରୁ ଉଦ୍ଧାର ହୋଇଥିବା ଓଡ଼ିଆ ନାବାଳିକାର ବାପା

ଭୁବନେଶ୍ୱର : ରାଜସ୍ଥାନରୁ ଉଦ୍ଧାର ହୋଇଥିବା ଓଡ଼ିଶାର ନାବାଳିକା ମାମଲାରେ ଏକ ନୂଆ ମୋଡ ଆସିଛି । ଓଡ଼ିଶା ଫେରିବାକୁ କିମ୍ବା ଓଡ଼ିଶା ସରକାରଙ୍କ ଆଇନଗତ ସହାୟତା ଗ୍ରହଣ କରିବାକୁ ମନା କରିଦେଇଛନ୍ତି ନାବାଳିକାର ବାପା । ଏ ନେଇ ସେ ଲିଖିତଭାବେ ଦିଲ୍ଲୀ ମହିଳା କମିଶନଙ୍କୁ ଜଣାଇବା ପରେ ଉଭୟ ଝାଡ଼ଖଣ୍ଡର ଏକ ଆଶ୍ରୟସ୍ଥଳୀରେ ରହିବେ ।

ଓଡ଼ିଶାର ସୁନ୍ଦରଗଡରୁ ଅପହରଣ ହୋଇଥିବା ଏହି ନାବାଳିକାକୁ ଗତ ୮ ତାରିଖ ଦିନ ରାଜସ୍ଥାନର ଝୁନଝୁନଠାରେ ଉଦ୍ଧାର କରିଥିଲା ଦିଲ୍ଲୀ ମହିଳା କମିଶନ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି । ସୁନ୍ଦରଗଡ ଲାଠିକଟା ଥାନା ଅଞ୍ଚଳରେ ରହୁଥିବା ଏହି ଯୁବତୀଙ୍କୁ ତାଙ୍କ ବାପାଙ୍କ ବିନା ଅନୁମତିରେ ତାଙ୍କର କିଛି ସମ୍ପର୍କୀୟ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ । ଝିଅର ଉଦ୍ଧାର ପାଇଁ ବାପା ବାରମ୍ବାର ପୋଲିସକୁ କହି ବିଫଳ ହେବା ପରେ ଦିଲ୍ଲୀ ମହିଳା କମିଶନଙ୍କୁ ଗତ ଜାନୁଆରୀରେ ଜଣାଇଥିଲେ । ଦିଲ୍ଲୀ ମହିଳା କମିଶନର ଆଣ୍ଟି ଟ୍ରାଫିକିଙ୍ଗ ଟିମ ଚଢାଉ କରି ନାବାଳିକାକୁ ଉଦ୍ଧାର କରି ଦିଲ୍ଲର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ସହିତ ଅଭିଯୁକ୍ତ ମୁକେଶ ଓ କିଷାନ ଅଗ୍ରୱାଲକୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର