ଆନନ୍ଦପୁର ବଡ଼ଦାଣ୍ଡରେ ସୁନା ଦୋକାନରୁ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଆନନ୍ଦପୁର : କେନ୍ଦୁଝରର ଆନନ୍ଦପୁର ବଡ଼ଦାଣ୍ଡରେ ଥିବା ଏକ ସୁନା ଦୋକାନରୁ ଲୁଟ୍‌‌ ହୋଇଛି। ଦୁର୍ବୃତ୍ତମାନେ ଦୋକାନ ଭିତରୁ ଏକ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ଆନନ୍ଦପୁର ବଡ଼ଦାଣ୍ଡରେ ରହିଛି ଦୁର୍ଗା ଜୁଏଲାରି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୋକାନ ମାଲିକ ବିଷ୍ଣୁ ସାହୁ ଦୋକାନ ଖୋଲିବାକୁ ଆସିଥିଲେ। ସଟର ଅଧା ଖୋଲି ଅଳଙ୍କାର ଭର୍ତ୍ତି ବ୍ୟାଗ ରଖି ପାଣି ଆଣିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଗ୍‌ ନେଇ ଫେରାର୍‌ ହୋଇଯାଇଥିଲେ। ବିଷ୍ଣୁ ଏନେଇ ଆନନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ବ୍ୟାଗରେ ୧୨୧ ଗ୍ରାମର ସୁନା ଅଳଙ୍କାର ଥିଲା। ଯାହାର ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରାଯାଇ ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ଗଗନ ବିହାରୀ ବିଶ୍ବାଳ କହିଛନ୍ତି। ଆନନ୍ଦପୁର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର