ଭୁବନେଶ୍ୱରର ଗହଣା ଦୋକାନୀଙ୍କଠାରୁ ୨୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌

1

ଭୁବନେଶ୍ୱର: ରାଜ୍ୟର ରାଜଧାନୀର ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ସୁନା ଦୋକାନରୁ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ବାହାରିବା ସମୟରେ ଦୋକାନୀଙ୍କ ଗହଣା ବ୍ୟାଗ୍ ଲୁଟି ଫେରାର ହୋଇଗଲେ ଦୁର୍ବୃତ୍ତ । ଇନ୍ଦ୍ରଧନୁ ମାର୍କେଟରେ ଥିବା ଗୌରୀ ଜୁଏଲରୀ ଦୋକାନ ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ଦୋକାନ ବନ୍ଦ କରି ସାଙ୍ଗରେ ଗହଣା ବ୍ୟାଗ୍ ଧରି ବାହାରିବା ସମୟରେ ଏହି ଲୁଟର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, ଦୋକାନ ବାରଣ୍ଡାରେ ବ୍ୟାଗ୍ ରଖି ସଟର ପକାଉଥିବା ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲେ ଲୁଟେରା । ଗୁରୁବାର ରାତି ପ୍ରାୟ ସାଢେ ୧୦ ଟା ସମୟରେ ଏହି ଲୁଟ୍ ଘଟଣା ଘଟିଛି । ଲୁଟ୍ ହୋଇଥିବା ଗହଣାର ଦାମ୍ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପୁରା ଲୁଟ୍ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନୟାପଲ୍ଲୀ ଥାନାରେ ଏନେଇ ଏତଲା ପରେ ଛାନଭିନ୍ ଆରମ୍ଭ କରିଛି ପୋଲିସ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. All India News Network says

    Some times fake burglaries will be made to claim insurance on Shop keepers burglaries from Insurance companies.