ଭୁବନେଶ୍ବର: ବିଧାୟକଙ୍କ କ୍ୱାର୍ଟରରେ ନିଆଁ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗାଡ଼ି ପୋଡ଼ି । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଘର ବାହାରପଟୁ ଚାବି ପକାଇ ଗାଡ଼ି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଘରେ ଥିବା ଲୋକ ଏହି ଅଭିଯୋଗ ଆଣିଛନ୍ତି । ଏହି ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ ଓ ଗୋଟିଏ ସାଇକେଲ ପୋଡିଯାଇଥିବା ଜଣାଯାଇଛି ।
/sambad/media/post_attachments/wp-content/uploads/2019/08/mla2-300x169.jpg)
ଘଟଣା ସମୟରେ ବିଧାୟକ ଉପସ୍ଥିତ ନଥିଲେ । ତେବେ କ୍ୱାର୍ଟରରେ ୧୦ରୁ ଅଧିକ ଲୋକ ଶୋଇଥିଲେ । ସେମାନଙ୍କୁ ବାହାରୁ ତାଲା ପକାଇ ଏଭଳି କାଣ୍ଡ କରାଯାଇଛି । ବିଧାୟକଙ୍କ କ୍ୱାର୍ଟରକୁ ସମସ୍ତଙ୍କୁ ଆସିବାକୁ ଅନୁମତି ରହିଛି । ତେବେ କେହି ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନ ଥିଲେ ବି ଅତି ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/mla1.jpg)