ବରଗଡ଼: ବୁଧବାର ରାତିରେ ଜାତୀୟ ରାଜପଥରେ ଜଣେ ବାଇକ୍ ଆରୋହୀ ବ୍ୟକ୍ତି ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆହତ ବ୍ୟକ୍ତିଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଝିର ୪୦ ବର୍ଷିୟ ସଚିନ ଅଗ୍ରଓ୍ଵାଲ୍।
ଚିକିତ୍ସା ନିମନ୍ତେ ଗୁରୁବାର ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ନିଜେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିବା ସଚିନ ପୁଲିସକୁ କହିଛନ୍ତି କି, ସେ ଗତ ରାତିରେ ୫୩ ନମ୍ବର ଜାତୀୟ ରାଜପଥରେ ବାଇକ୍ ଚଳାଇ ଯାଉଥିବା ବେଳେ କାର୍ରେ ଆସୁଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ଜଙ୍ଘରେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତାଙ୍କ ହାତରେ ବାଜିଛି।
ସଚିନ ପୁଲିସକୁ କହୁଥିବା କଥାରେ ବିଭିନ୍ନ ପ୍ରକାର ଅସଙ୍ଗତି ଦେଖାଦେଉଛି।
୫୩ ନମ୍ବର ରାଜପଥର କେଉଁ ଅଞ୍ଚଳରେ ତାଙ୍କ ଉପରେ ଗୁଳିମାଡ଼ ହେଲା? ଗତରାତି ଠାରୁ ଆଜି ପୂର୍ବାହ୍ନ ଯାଏଁ ସେ କେଉଁଠି ଥିଲେ? ସେ ଏକାକୀ ଡାକ୍ତରଖାନା ଆସିଲେ କେମିତି? ଆଦି କଥା ଜାଣିବାକୁ ଟାଉନ୍ ଥାନା ପୁଲିସ ସଚିନଙ୍କୁ ଥାନାକୁ ନେଇଛି।