କ୍ଷେପଣାସ୍ତ୍ର ପରୀକ୍ଷଣ ଆଜି

ବାଲେଶ୍ୱର : ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଗୁରୁବାର ସ୍ୱଳ୍ପ ଦୂରଗାମୀ ମଧ୍ୟମ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଯୋଜନା କରାଯାଇଛି। ଏହି ଦୃଷ୍ଟିରୁ ଜୟଦେବକସବା ମୌଜାର ସମୁଦ୍ର ଉପକୂଳବର୍ତ୍ତୀ ଏଲ୍‌ସି ୩ଠାରୁ ୨ କିଲୋମିଟର ପରିଧିକୁ ବିପଦ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ତେଣୁ ଏହି ଅଞ୍ଚଳରେ ବସବାସ କରୁଥିବା ଗାଁର ଜନସାଧାରଣ ଓ ଗୃହପାଳିତ ପଶୁଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର