ରାଜ୍ୟସ୍ତରୀୟ ମିସନ ଶକ୍ତି ସମ୍ମିଳନୀ ଆଜି : ‌ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆସନ୍ତାକାଲି ପୂର୍ବାହ୍ନରେ ପୁରୀ ତାଳବଣିଆସ୍ଥିତ ସ୍ପୋର୍ଟସ କମ୍ପ୍‌ଲେକ୍ସ ପରିସରରେ ରାଜ୍ୟସ୍ତରୀୟ ମିସନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କ‌ାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ସଭ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି କା‌ର୍ଯ୍ୟକ୍ରମ ପାଇଁ ପୁରୀ‌ରେ ବ୍ୟାପକ ଆୟୋଜନ କରାଯାଇଛି। ଏଠାରେ ୬୦ହଜାର ମିସନ ଶକ୍ତି ସଭ୍ୟ ବସିଲା ଭଳି ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ କାରଯୋଗେ ପୁରୀ ଆସିବେ। ପୂର୍ବାହ୍ନ ୧୧ଟା ୧୫ରେ ତାଳବଣିଆ ସ୍ପୋର୍ଟସ କମ୍ପଲେକ୍ସରେ ପହଞ୍ଚିବେ। ପ୍ରାୟ ଏକ ଘଣ୍ଟାକାଳ କାର୍ଯ୍ୟକ୍ରମରେ ରହିବା ପରେ ୧୨ଟା‌ ୧୫ରେ ସଭାମଂଚ ଛାଡିବାର କାର୍ଯ୍ୟକ୍ରମ ରହିଛି। ‌ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କା‌ର୍ଯ୍ୟକ୍ରମ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀ ଜିଲ୍ଲାର ଜିଲ୍ଲାର ୨୯ ହଜାର ଏସ୍ଏଚଜି ଗ୍ରୁପ୍‌ରୁ ପ୍ରାୟ ୬୦ ହଜାରରୁ ଅଧିକ ସ୍ବୟଂସହାୟିକ‌ା ସଭ୍ୟଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆ‌ୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର