ଏତେ ବେଫିକର! : ସରକାରୀ ୱେବ୍‌ସାଇଟ୍‌ରେ ମାଳ ମାଳ ଭୁଲ୍‌ ତଥ୍ୟ

ଏବେ ବି ଡିଜି ଅଛନ୍ତି ସଂଜୀବ ମାରିକ୍, ସାର୍ଥକ ବ୍ରହ୍ମପୁର ଏସ୍‌ପି, ଅବସର ନେଇନାହାନ୍ତି ବାଲକ୍ରିଷ୍ଣନ୍, ପ୍ରଶାନ୍ତ, ବିପିନ୍ ସାକ୍ସେନା

ଭୁବନେଶ୍ବର : ସଞ୍ଜୀବ ମାରିକ୍ ଓଡ଼ିଶାର ଡିଜି। ବିନୟ ବେହେରା ଅଛନ୍ତି ଅଗ୍ନିଶମ ଦାୟିତ୍ବରେ। ରାଜେନ୍ଦ୍ର ଶର୍ମା ଭୁବନେଶ୍ବର-କଟକ ପୁଲିସ କମିସନର। ସୌମେନ୍ଦ୍ର ପ୍ରିୟଦର୍ଶୀ ଆଇଜି ଅପରେସନ୍ ଓ ଡ. ସାର୍ଥକ ଷଡଙ୍ଗୀ ବ୍ରହ୍ମପୁର ଏସ୍‌ପି ଅଛନ୍ତି।

ଏକଥା ଆମେ କହୁନୁ। ସାଧାରଣ ପ୍ରଶାସନ ବିଭାଗର ସିଭିଲ ଲିଷ୍ଟରେ ଯେଉଁ ଆଇପିଏସ୍ ଅଫିସରଙ୍କ ତାଲିକା ରହିଛି, ଆଜି ରାତି ୮ଟା ଯାଏ ସେଥିରେ ଏମିତି ସବୁ ଉଲ୍ଲେଖ ରହିଛି। ଏହି ତାଲିକାରେ ଅଧାରୁ ଅଧିକ ତଥ୍ୟ ଭୁଲ୍। କେବଳ ଆଇପିଏସ୍ କ୍ଷେତ୍ରରେ ଯେ ଏମିତି ହୋଇଛି ତା ନୁହେଁ, ସଚିବାଳୟରେ ସାଧାରଣ ପ୍ରଶାସନ ବିଭାଗ ପଡୋଶୀ କାର୍ଯ୍ୟାଳୟ ହେଉଛି ଉନ୍ନୟନ କମିସନରଙ୍କର। ହେଲେ ଆଇଏଏସ୍ ତାଲିକା ଦର୍ଶାଉଛି ଯେ ଆଜି ଯାଏ ଆର ବାଲକ୍ରିଷ୍ଣନ୍ ଏହି ପଦବିରେ ଅଛନ୍ତି। ପ୍ରଶାନ୍ତ ନାୟକ ଇଡକଲ ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି ଓ ବିପିନ୍ ସାକ୍ସେନା ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ ଆୟୁକ୍ତ ଭାେବ କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବୁ ମାନଙ୍କୁ ଟିମ୍ ଵାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋେଲାଜିର ମନ୍ତ୍ର ପଢାଇଛନ୍ତି। ଅର୍ଥାତ୍ ସ୍ବଚ୍ଛତା, ସମ୍ମିଳିତ ଭାବେ କାର୍ଯ୍ୟ କରିବା ଓ ବୈଷୟିକ େକ୍ଷତ୍ର ଉପରେ ସରକାରଙ୍କ ଗୁରୁତ୍ବ ରହିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ସାଧାରଣ ପ୍ରଶାସନ ବିଭାଗର ଖାତିର ନାହିଁ। ସରକାରଙ୍କ ଏହି ଭୁଲଭାଲ ତାଲିକାକୁ ନେଇ ଅଧିକାଂଶ ସଚିବ ଅସନ୍ତୁଷ୍ଟ। ବୁଦ୍ଧିଜୀବୀ ମହଲ ବାରମ୍ବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ମାତ୍ର ସାଧାରଣ ପ୍ରଶାସନ ବିଭାଗର ବାବୁମାନେ େବଫିକର।

ଉଲ୍ଲେଖଯୋଗ୍ୟ, ସଂଜୀବ ମାରିକ ୨୦୧୫ ନବକଳେବର ପରେ ପରେ ଡିଜି ପଦରୁ ଅବ୍ୟାହତି ନେଇଛନ୍ତି। ତାଙ୍କ ପରେ କନଵର ବ୍ରଜେଶ ସିଂହ ଡିଜି ଥିଲେ। ସେହିଭଳି ବିନୟ ବେହେରା ଅବସର ନେଇସାରିଲେଣି ଓ ଶ୍ରୀ ଶର୍ମା କେବେଠାରୁ ପୁଲିସ କମିସନରେଟ୍ ଛାଡି ଭିଜିଲାନସ ମୁଖିଆ ପରେ ଏବେ ଡିଜି ଭାବେ ଦାୟିତ୍ବ ତୁଲାଉଛନ୍ତି।

ସେହିଭଳି ସାର୍ଥକ ଷଡଙ୍ଗୀ ପୁରୀ ଦାୟିତ୍ବରେ ବର୍ଷାଧିକ ଧରି ଅଛନ୍ତି। ଆଇଏଏସ୍ କଥା ନ କହିବା ଭଲ। ଆର ବାଲକ୍ରିଷ୍ଣନ୍, ସାକ୍ସସେନା, ପ୍ରଶାନ୍ତ ନାୟକ ପ୍ରମୁଖ ଅବସର ନେଇସାରିଲେଣି।

ଜଣେ ବରିଷ୍ଠ ଅଧିକାରୀ କହିବା କଥା, ପ୍ରତି ବିଭାଗରେ ଏଥିପାଇଁ େନାଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ନିୟମିତ େଵବ୍ ସାଇଟ୍ ଅପଡେଟ୍ କରିବା କଥା। ଏମାନେ ତଳିଆ କର୍ମଚାରୀ ନୁହଁନ୍ତି, ଯୁଗ୍ମ ସଚିବ ବା ଅତିରିକ୍ତ ଶାସନ ସଚିବମାନେ ତଦାରଖ କରିବା କଥା।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କର କହିବା କଥା େହଉଛି, ସରକାରୀସ୍ତରରେ ସ୍ଥାଣୁତା ବଢିବାରେ ଲାଗିଛି। ସୂଚନା ଅଧିକାର ଆଇନର ଧାରା ୪ (୧) (ଖ) ଅନୁସାରେ, ପ୍ରତି ବିଭାଗ ନିଜ ଆଡୁ ଅର୍ଥାତ୍ ସ୍ବତଃ ୧୭ ପ୍ରକାରର ତଥ୍ୟ େଲାକଙ୍କ ପାଇଁ େଵବ୍ ସାଇଟରେ ଉପଲବ୍ଧ କରାଇବା କଥା। ମାତ୍ର କୌଣସି ବିଭାଗ ଏହାକୁ ପାଳନ କରୁନାହାନ୍ତି। ଏ େନଇ ବାରମ୍ବାର ଅଭିେଯାଗ ପରେ କାହାର ଏଥିପ୍ରତି ନିଘା ନାହିଁ। େଵବ୍ ସାଇଟ୍ ଅପଡେଟ୍ କରିବାକୁ ଅଧିକାରୀମାନେ ଭୁଲିଯାଇଛନ୍ତି ଓ ଇ-ଡେସପାଚରେ ତଥ୍ୟ ଲୁଚାଇବା ପାଇଁ ଉଦ୍ୟମ ଚାଲିଛି।

ଏଠାରେ ପ୍ରକାଶଥାଉକି, ପ୍ରତିମାସରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ବସୁଛି। ଅଧିକାଂଶ ବୈଠକରେ ବୈଷୟିକ ଉନ୍ନତି ଉପରେ ଗୁରୁତ୍ବ ଦିଆଯାଉଛି।ହେଲେ ନା ସଚିବମାେନ ସେମାନଙ୍କ ପଦବି ଭୁଲ ଲେଖାଯାଇଥିବା େନଇ ମୁଖ୍ୟସଚିବଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ନା ସାଧାରଣ ପ୍ରଶାସନ ବିଭାଗ ଆଇଏଏସ୍ ଅଦଳବଦଳ ଆଦି କରିବା ବେେଳ ଏଥିରେ ପରିବର୍ତନ ଆଣୁଛି।

ସମ୍ବନ୍ଧିତ ଖବର