ଅମର ଶତପଥୀଙ୍କୁ ସମ୍ବର୍ଧନା ପାଇଁ ପ୍ରସ୍ତୁତି ବୈଠକ

ଚଣ୍ଡିଖୋଲ: ୨୦୧୩ ମସିହାର ଶ୍ରେଷ୍ଠ ବିଧାୟକ ଭାବେ ବିଧାନସଭାରେ ମନୋନୀତ ହୋଇଥିବା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଆସନ୍ତା ୨୪ ତାରିଖରେ ବିଧାନସଭାରେ ସମ୍ବର୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଆସନ୍ତା ୨୭ ତାରିଖ ସୋମବାର ବିଧାୟକ ଶ୍ରୀ ଶତପଥୀଙ୍କୁ ଚଣ୍ଡିଖୋଲ ଠାରେ ବ୍ଲକ୍‌ ବିଜେଡି ପକ୍ଷରୁ ସମ୍ବର୍ଧନା ଜ୍ଞାପନ କରାଯିବା ପାଇଁ ଆଜି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍‌ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଲକ୍‌ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ପ୍ରାକ୍ତନ ଉପାଧ୍ୟକ୍ଷ ପଞ୍ଚାନନ ବଳ, ନିରଞ୍ଜନ ସେନାପତି, ଗଣେଶ୍ୱର ବରାଳ, ବିପିନ ଜେନା, ସଞ୍ଜୟ ସ୍ୱାଇଁ, ପବନେଶ୍ୱର ଜେନା, ନାରୀନେତ୍ରୀ କିଛିନା ମହାପାତ୍ର, ମନ୍ଦାକିନୀ ଜେନା, ଯଚୀନ୍ଦ୍ର ନାୟକ, ଦିଲୀପ କୁମାର  ରାଉତ, ଶ୍ରୀକାନ୍ତ ପ୍ରହରାଜ, ଆଶିଷ ରଞ୍ଜନ ଚୌଧୁରୀ, ଅନନ୍ତ ସିଂହଙ୍କ ସମେତ  ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ସମ୍ବର୍ଧନା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ୨୭ ତାରିଖ ଦିନ ଛତିଆ ଠାରୁ ଏକ ବିଶାଳ ମଟର ସାଇକଲ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଶତପଥୀଙ୍କୁ ହଜାରହଜାର ବିଜେଡି କର୍ମୀ ଚଣ୍ଡିଖୋଲସ୍ଥିତ ସମ୍ବର୍ଧନା ମଞ୍ଚ ନିକଟକୁ ପାଛୋଟି ଆଣିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଜଗନ୍ନାଥ ମୁଦୁଲି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର