ସରପଞ୍ଚରୁ ବିଧାୟକ ପ୍ରାର୍ଥୀ ଅମର ସିଂ ଟୁଡୁ

ବାରିପଦା : ଆଜି ବିଜେଡି ପକ୍ଷରୁ ଘୋଷିତ ବିଧାୟକ ପ୍ରାର୍ଥୀ ସୂଚୀରେ ସାରସକଣା ନିର୍ବାଚନମଣ୍ଡଳୀରୁ ଦଳୀୟ ଟିକେଟ୍‌ ପାଇଛନ୍ତି ଅମର ସିଂ ଟୁଡ଼ୁ। ଶ୍ରୀ ଟୁଡ଼ୁ ବର୍ତ୍ତମାନ ବିଶୋଇ ବ୍ଲକ୍‌ ଅନ୍ତର୍ଗତ ଖଡ଼ମବେଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଅଛନ୍ତି। ପୂର୍ବରୁ ୨୦୧୨-୨୦୧୭ ପର୍ଯ୍ୟନ୍ତ ସେ ଏହି ପଞ୍ଚାୟତରେ ସମିତି ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ବିଧାୟକ ଭାଦବ ହାଁସଦାଙ୍କ ଟିକେଟ୍‌ କଟାଯାଇ ଶ୍ରୀ ଟୁଡ଼ୁଙ୍କୁ  ପ୍ରାର୍ଥୀ କରାଯାଇଛି। ତେବେ ଜଣେ ସରପଞ୍ଚରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଶ୍ରୀ ଟୁଡ଼ୁଙ୍କୁ ନେଇ ଏବେ ଜିଲ୍ଲା ସାରା ତାଙ୍କୁ ନେଇ ଚର୍ଚ୍ଚା। ଜିଲ୍ଲା ବିଜେଡ଼ିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିବା ଶ୍ରୀ ଟୁଡ଼ୁ ୧୯୯୫ରେ ବାଙ୍ଗିରିପୋଷୀ ନିର୍ବାଚନମଣ୍ଡଳୀରେ ଜନତା ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ଜଣେ ଉତ୍ତମ ସଂଗଠକ ଭାବେ ଜଣାଶୁଣା ଶ୍ରୀ ଟୁଡ଼ୁ ବିଜେଡି ବିଧାୟକ ପ୍ରାର୍ଥୀ ହେବା ପରେ ଏଠାରେ ଟିକଟ କଟିଥିବା ଭାଦବଙ୍କ ଭୂମିକା କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର