ବିଧାୟକଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌!

ଜୟପୁର : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅନୁମାନ କରାଯାଇଛି। ଗତକାଲି କେହି ଆକାଉଣ୍ଟକୁ ହ୍ୟାକ୍‌ କରିବା ସହିତ ଅଶ୍ଳୀଳ ଭିଡିଓ ଛାଡ଼ିଦେଇଥିଲେ। ଗତକାଲି ରାତି ୨ଟାରୁ ୧୦ଟା ୫୮ ମିନିଟ୍‌ ପର୍ଯ୍ୟନ୍ତି ଏହା ତାଙ୍କ ଷ୍ଟାଟସ୍‌ରେ ରହିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ଶ୍ରୀ ବାହିନୀପତିଙ୍କ ଫେସ୍‌ବୁକ ଆକାଉଣ୍ଟର ଷ୍ଟାଟସ୍‌ ଓ ମାଇଁ ଷ୍ଟୋରିରେ ଜଣେ ମହିଳା ନଗ୍ନ ହେବା ଭିଡିଓ ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ବିଧାୟକଙ୍କ ସାମାଜିକ ଗଣମାଧ୍ୟମ ଟିମ୍‌ ଭିଡିଓକୁ ଡିଲିଟ କରିବା ସହ ଫେସ୍‌ବୁକ୍‌ ଆକାଉଣ୍ଟର ପାସୱାଡ୍‌ ପରିବର୍ତ୍ତନ କରିଥିଲେ।

ତେବେ, ବିଧାୟକଙ୍କ ଆକାଉଣ୍ଟକୁ କିଏ ଓ କାହିଁକି ହ୍ୟାକ୍ କରିଲା ତାହାକୁ ନେଇ ତନାଘନା ଚାଲିଛି। ଏ ସମ୍ପର୍କରେ ଜୟପୁର ଟାଉନ୍‌ ପୁଲିସ୍‌ ନିକଟରେ ବିଧାୟକଙ୍କ ପକ୍ଷରୁ ମୌଖିକ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ତେବେ, ଏ ସମ୍ପର୍କରେ ବିଧାୟକ ଶ୍ରୀ ବାହିନୀପତିଙ୍କ ମତାମତ ହସ୍ତଗତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର