ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ୧୦୮ଆମ୍ବୁଲାନ୍ସ ଗାଡି ଏବଂ ନିର୍ମଳ ଯୋଜନାରେ ରୋଗୀଙ୍କ ଶଯ୍ୟା ନିମନ୍ତେ ସାତ ଦିନରେ ସାତଟି ରଙ୍ଗର ବେଡ଼ସିଟ  ବିଧାୟକଙ୍କ ଦ୍ୱାରା ଉଦଘାଟିତ

ଘୁ.ଉଦୟଗିରି : ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗାଡିକୁ ସବୁଜ ପତାକା ଦେଖାଇ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଉଦଘାଟନ କରିବା ସହ ସରକାରଙ୍କ ନିର୍ମଳ ଯୋଜନାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ରୋଗୀଙ୍କ ନିମନ୍ତେ ଶଯ୍ୟାରେ ପଡୁଥିବା ବେଡ଼ସିଟ ସାତ ଦିନରେ ସାତଗୋଟି ରଙ୍ଗର ବେଡ଼ସିଟ ପକାଯିବା କାର୍ଯ୍ୟକ୍ରମକୁ ମଧ୍ୟ ଉଦଘାଟନ କରିଥିଲେ। ଏହା ସହ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ମେଡିକାଲ ଅଫିସର ଡା. ଶକ୍ତିକାନ୍ତ ମଲିକଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡା. ପ୍ରିୟବ୍ରତ ପାଣିଗ୍ରାହୀ, ଡା. ଦେବରଂଜନ କବି ଉପସ୍ଥିତ ଥିବା ବେଳେ ବିପିଏମ ରଶ୍ମିରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ବିଜେଡିର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର