ବିଧାୟକଙ୍କୁ ଲାଗିଲେ ଠାକୁରାଣୀ ! ଦେଖନ୍ତୁ ଭିଡିଓ

ଆଠମଲ୍ଲିକ: ବିଧାୟକଙ୍କୁ କାଳିସୀ ଲାଗିଛି ! କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଆଠମଲ୍ଲିକର ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗ୍ରାମଦେବୀଙ୍କ ପୂଜା ଚାଲିଥିବା ସମୟରେ ଏହି ଘଟଣା ଘଟିଛି । ପୂଜାରେ ନିଜେ ବିଧାୟକ ରମେଶ ସାଏ ମଧ୍ୟ ସାମିଲ ଥିଲେ । କିଛି ସମୟ ପରେ ହଠାତ୍ ତାଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା, ବିଧାୟକଙ୍କୁ କାଳିସୀ ବା ଠାକୁରାଣୀ ଲାଗିଛନ୍ତି ।


ଅବଶ୍ୟ କିଛି ସମୟ ପରେ ବିଧାୟକ ଜଣକ ଠିକ୍ ହୋଇଯାଇଥିଲେ । କିନ୍ତୁ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗାଁ ଗହଳିମାନଙ୍କରେ ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳେ ଓ ଏହାକୁ କାଳିସୀ ବୋଲି କୁହାଯାଏ । କିନ୍ତୁ ଯେତେବେଳେ ସେହି ସମାନ ଢଙ୍ଗର ବ୍ୟବହାର ବିଧାୟକ ରମେଶ ସାଏଙ୍କ ଠାରେ ଦେଖିବାକୁ ମିଳିଲା ସେତେବେଳେ ଏହା  ସଂପୃକ୍ତ ଅଞ୍ଚଳରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲା ।

ଖୋର୍ଦ୍ଧାର ପିଏନ କଲେଜରୁ ଗ୍ରାଜୁଏସନ କରିଥିବା ରମେଶ ପ୍ରଶାସକରୁ ନେତା ବନିଛନ୍ତି । ବିଜ୍ଞାନ ଯୁଗରେ କାଳିସୀ ଲାଗିବା ପରି ଘଟଣାକୁ କେହି ବିଶ୍ୱାସ କରିପାରିବେ ନାହିଁ । ଏସଂକ୍ରାନ୍ତରେ ଆମେ ବିଧାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ତାହା ମଧ୍ୟ ସମ୍ଭବ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର