ଦଶପଲ୍ଲା ବିଧାୟକ ପୂର୍ଣ୍ଣ ନାୟକଙ୍କ ସମର୍ଥନରେ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ଭେଟିଲେ କାର୍ଯ୍ୟକର୍ତ୍ତା

ଭୁବନେଶ୍ବର : ଦଶପଲ୍ଲା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ପୁନର୍ବାର ବିଜେଡି ପ୍ରାର୍ଥିତ୍ବକୁ ସମର୍ଥନ କରି ଆଜି ଦଶପଲ୍ଲା ନିର୍ବାଚନମଣ୍ତଳୀ ର ସ୍ଥାନୀୟ ଜନ ପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନୟାଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଭେଟି ଦାବି କରିଛନ୍ତି। ଶ୍ରୀ ବେହେରାଙ୍କୁ ଭେଟିବା ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତା ତଥା ଜନପ୍ରତିନିଧିମାନେ ଶ୍ରୀ ନାୟକଙ୍କ ଗତ ପାଞ୍ଚ ବର୍ଷର ସଫଳ ନେତୃତ୍ବ ଓ ଜନପ୍ରିୟତା ସ˚ପର୍କରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଏ ବିଷୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ ସହିତ ଶ୍ରୀ ନାୟକଙ୍କୁ ଆଉଥରେ ପ୍ରାର୍ଥୀ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କ ଏକ ନିବେଦନପତ୍ର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧୢରେ ବିଜେଡ଼ି ରାଜ୍ୟ ପରିଷଦ ସଭ୍ୟ ଦିଲ୍ଲୀପ କୁମାର ପଣ୍ତା,ଦଶପଲ୍ଲା ବିଜେଡ଼ି ସଭାପତି ବାପୁଜୀ ସାହୁ, ନୂଆଗାଁ ବ୍ଲକ ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ବେହେରା, ଛାତ୍ର ବିଜେଡ଼ି ସଭାପତି ସ˚ଜୀବ୍‌ କୁମାର ବେହେରା, ଜିଲ୍ଲା ପରିଷଦ ଉପାଧୢକ୍ଷ ଅଖିଳ କୁମାର ଜାନୀ, ସଦସ୍ୟ ଗୀତାଞ୍ଜଳୀ ଦୋରା, ନସୀର ଅହମ୍ମଦ, ସୁବାସିନୀ ନାୟକଙ୍କ ସମେତ ତିନି ବ୍ଲକର ୪୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ପରେ ସେମାନେ ଦଳୀୟ ସା˚ସଦ ସୌମ୍ୟର˚ଜନ ପଟ୍ଟନାୟକଙ୍କୁ ଭେଟି ଅନୁରୂପ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର