ପୁଣି ଜେଲ ଗଲେ ପୂର୍ବ ବିଧାୟକ ସଂଜୀବ ପ୍ରଧାନ

ଦେବଗଡ଼ : ରେଙ୍ଗାଲୀ ନଦୀ ବନ୍ଧ ଯୋଜନା ବାସଚ୍ୟୁତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବ ବିଧାୟକ ସଂଜୀବ ପ୍ରଧାନଙ୍କୁ ପୁଣି ଥରେ ଜେଲ୍‌ ଯିବାକୁ ପଡ଼ିଛି। ପୂର୍ବରୁ ଅକ୍ଟୋବର ୧୦ ତାରିଖ ଦିନ ଇଓଡବ୍ଲ ଦ୍ୱାର ଗିରଫ ହୋଇଥିଲେ। ଉକ୍ତ ମାମଲାରେ ଗତ ଶନିବାର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ମାତ୍ର ତାଙ୍କ ନାଁରେ ବାରକୋଟ ଥାନାରେ ପୁଣି ଥରେ ଅର୍ଥ ହଡ଼ପ ନେଇ ଅଭିଯୋଗ ହୋଇଥିବାରୁ ମାମଲା ରୁଜୁ ହୋଇଥିଲା। ସୋମବାର ସନ୍ଧ୍ୟାରେ ସେ ହାଇକୋର୍ଟଙ୍କ ଜାମିନ ବଳରେ ଜେଲ୍‌ରୁ ବାହାରିବା ପରେ ଦେବଗଡ଼ ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ବାରକୋଟ ଥାନା ଆଇଆଇସି ବ୍ରହ୍ମାନନ୍ଦ ପାତ୍ର ସଦଳବଳେ ପହଞ୍ଚି ତାଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ସନ୍ଧ୍ୟାରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର