ମୋବାଇଲ ଛଡାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଲୁଟେରାକୁ କାବୁ କଲେ ମହିଳା

ଭୁବନେଶ୍ୱର: ସୋମବାର ଜୟଦେବବିହାରସ୍ଥିତ ଦାସରଥୀ ଆପାର୍ଟମେଣ୍ଟ ଓ ଏକ୍ରାମଭିଲ୍ଲା ନିକଟରେ ଏକା ସମୟରେ ଦୁଇଟି ଚୋରି ଘଟଣା ସାମ୍ନାକୁ। ଏକାମ୍ରଭିଲ୍ଲା ନିକଟରେ ଚୋର ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଛଡାଇ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ଜଣେ ମହିଳାଙ୍କ ହାତରେ ଧରାପଡ଼ିଥିଲା। ମହିଳା ଚୋରକୁ ଧରିବା ପରେ ପୁଲିସ ଜିମା ଦେଇଥିଲେ। ନୟାପଲ୍ଲୀ ଥାନାରେ ଉକ୍ତ ଚୋର ଅଟକ ରହିଛି।

ଏକାମ୍ରଭିଲ୍ଲାରେ ଏହି ଚୋରି ଘଟଣା ପରେ ଦାସରଥୀ ଆପାର୍ଟମେଣ୍ଟରେ ସେହି ସମୟରେ ଆଉ ଏକ ଚୋରି ଘଟଣା ସାମ୍ନାକୁ ଆସିଥିଲା। ଚୋର ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଛଡାଇବାକୁ ଉଦ୍ୟମ କରୁଥିଲା। ଉକ୍ତ ବ୍ୟକ୍ତି ଜଣକ ମୋବାଇଲ ନଦେବାରୁ ଚୋର ତାଙ୍କ ମୁଣ୍ଡ ଫଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲ ଅଣାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଇଛି। ଅଟକ ଥିବା ଚୋରକୁ ଜେରା କରିଛି ପୁଲିସ ତାଙ୍କ ଗ୍ୟାଙ୍ଗରେ କେତେଜଣ ଅଛନ୍ତି, ସେମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଉକ୍ତ ଚୋରକୁ ପଚରାଉଚରା ଜାରିି ରଖିଛି।

ସମ୍ବନ୍ଧିତ ଖବର