୫ ମୋବାଇଲ ଲୁଟେରା ଗିରଫ: ୨ଟି ବାଇକ୍‌ ସହିତ ୪୧ଟି ମୋବାଇଲ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖର ପୁଲିସ ରବିବାର ଓ ସୋମବାର ୫ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି ୪୧ଟି ମୋବାଇଲ ଫୋନ୍‌ ସହିତ ୨ଟି ବାଇକ୍‌ ଜବତ କରିଛି। ଗୋଟିଏ ବାଇକ୍‌ ନୀଳ-କଳା ରଙ୍ଗର ପଲସର ଥିବା ବେଳେ ଅନ୍ୟଟି ଲାଲ-କଳାର ୨୨୦ ପଲସର ରହିଛି (ନମ୍ବର ପ୍ଲେଟରେ ଲେଖା ହୋଇଛି ୟୋୟୋ)।
ପୁଲିସ ସୂତ୍ରରୁ ପ୍ରକାଶ, ରବିବାର ଗିରଫ ହୋଇଥିବା ତିନିଜଣ ମୋବାଇଲ ଲୁଟେରାଙ୍କ ଠାରୁ ନୀଳ-କଳା ରଙ୍ଗର ପଲସର , ସାମସଙ୍ଗ ଜେ-୨ ମୋବାଇଲ ସହିତ ୩୭ଟି ଅନ୍ୟାନ୍ୟ କମ୍ପାନିର ମୋବାଇଲ ଜବତ କରାଯାଇଛି। ସେହିପରି ସୋମବାର ଗିରଫ ହୋଇଥିବା ୨ଜଣ ଲୁଟେରା ରଞ୍ଜନ ପାଇକରାଏ ଓ ରାହୁଲ ଜେନାଙ୍କ ଠାରୁ ମାଇକ୍ରୋମ୍ୟାକ୍ସ କ୍ୟୁ-୪୨୬ ସହିତ ଅନ୍ୟ ଦୁଇ ମୋବାଇଲ ଫୋନ୍‌ ଓ ଏକ ଲାଲ-କଳା ରଙ୍ଗର ପଲସର ପୁଲିସ ଜବତ କରିଛି। ୫ଜଣ ଲୁଟେରାଙ୍କୁ ମାନ୍ୟବର କୋର୍ଟକୁ ପଠାଯାଇଛି। ପୁଲିସ ଦୁଇଟି ମାମଲାର ଅନୁସନ୍ଧାନ ଜାରି ରଖିଛି।
ସମ୍ବନ୍ଧିତ ଖବର