ଦଶପଲ୍ଲା ବ୍ଲକ୍‌ରେ କାର୍ଯ୍ୟକ୍ଷମ ହେଉନି ଟାୱାର, ୧୬ଟି ଗାଁରେ ହଜାର ହଜାର ମୋବାଇଲ୍ ଅଚଳ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ପଞ୍ଚାୟତର ବୁଗୁଡା କଲୋନୀଠାରେ ଜିଓ କମ୍ପାନୀ ପକ୍ଷରୁ ଗତ ପ୍ରାୟ ୩ ମାସ ହେଲା ଟାୱାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରାଯାଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏହି ଟାୱାରକୁ କାର୍ଯ୍ୟକ୍ଷମ କରାଗଲେ ବୁଗୁଡା, ବୁଗୁଡା କଲୋନୀ, ଘାଟିଆମୁଣ୍ତା, ବାଲିସାହି, ଶିମିଳିସାହି, ବାଙ୍କତଇଲା, ମୁଣ୍ତୁଳି, ମୁଣ୍ତୁଳି ନୂଆଗାଁ, ମଞ୍ଜାରୀ, ତିଳାବାଡି, ମୁଟୁକୁଳି, ଚଣ୍ତିବସ୍ତ, ତାବେଡ଼ା, ନାୟକସାହି ପ୍ରଭୃତି ୧୬ ଗୋଟି ଗ୍ରାମର ଅଧିବାସୀଙ୍କ ସମେତ କୁଲୁରୁକୁମ୍ପା ପଞ୍ଚାୟତର କିଛି ଗ୍ରାମର ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ। ବିଶେଷକରି ଅଧିକାଂଶ ଆଦିବାସୀ ତଥା ଉପାନ୍ତ ଅଂଚଳବାସୀ ଉପକୃତ ହୋଇ ପାରିବେ। ଏବେ ଅଧିକାଂଶ ଗ୍ରାମକୁ ଠିକ୍‌ରେ ମୋବାଇଲ ନେଟ୍‌ୱାର୍କ ସଂଯୋଗ ହୋଇ ପାରୁନଥିବା ବେଳେ ଅଂଚଳବାସୀ ବହୁ ସମସ୍ୟା ଭୋଗୁଥିବା ପ୍ରକାଶ କରିଛନ୍ତି। ମାତ୍ର ବଡ଼କଥା ହେଉଛି ଟାୱାର ନିର୍ମାଣକୁ ପ୍ରାୟ ୩ ମାସ ବିତିଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର