୫ଦିନ ଧରି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ୮ଦିନ ଧରି କାଳବୈଶାଖୀ ସମ୍ଭାବନା ରହିଛି। ରବିବାର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ରାୟଗଡ଼ା, ଗଜପତି, ସୋନପୁର, ବରଗଡ଼ ଆଦି ଜିଲ୍ଲା କାଳବୈଶାଖୀ ବର୍ଷା ସମ୍ଭାବନା  ଥିବା ବେଳେ ଅନ୍ୟ ସବୁସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡ଼ା, ଗଜପତି, ସୋନପୁର ଓ ବରଗଡ଼ ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

୧୫,୧୬,୧୭ ଓ ୧୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି। ୧୫ରେ କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଛି। ସେହିପରି ୧୬, ୧୭ ଓ ୧୮ରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ପ୍ରକାଶ। ଆଜି ରାଜ୍ୟର ତାଳଚେରରେ ୪୩.୧ଡିଗ୍ରି ସେଲସିୟସ୍‌ ତାପମାତ୍ରା ଥିବା ବେଳେ ମାଲକାନଗିରିରେ ୨୦.୫ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର