ଶନିବାର ଝାରସୁଗୁଡ଼ାରେ ଓହ୍ଲାଇବେ ମୋଦୀ

ଝାରସୁଗୁଡ଼ା: ଆସନ୍ତା ୬ ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ବିମାନରେ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବେ। ଏଠାରେ କିଛି ମିନିଟ୍‌ ରହିବ‌ା ପରେ ପୁଣି ଏକ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ ବୋଲି ଆପାତତଃ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ଭିଏସ୍‌ଏସ୍‌ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଆଜି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜିର ଅଧିକାରୀମାନେପହଞ୍ଚିଥିବା ଜଣାଯାଇଛି। ଏଥିପାଇଁ ସ୍ଥାନୀୟ ପୁଲିସ, ପ୍ରଶାସନ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରସ୍ତୁତି ଆଲୋଚନା ହୋଇଯାଇଛି। ତେବେ ସେ କେଉଁ ସମୟରେ ଆସିବେ ସେନେଇ ଚୂଡ଼ାନ୍ତ କାର୍ଯ୍ୟକ୍ରମ ପ୍ରଶାସନ ପାଖକୁ ଆସି ନଥିବା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର