ଏକାଠି ବସିବେନି ମୋଦୀ-ନବୀନ, ୧୫ରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ

ପଶ୍ଚିମ ଓଡ଼ିଶା କାର୍ଡ େଖଳିବ ବିେଜପି

0 1,444

ଭୁବନେଶ୍ବର: ଭୁବନେଶ୍ବରରେ ଆଇଆଇଟି କ୍ୟାମ୍ପସ୍‌ରେ େଗାଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବିଡ଼ତାର ଫଟୋ କେବଳ ରାଜ୍ୟ ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀଙ୍କର ମନୋଭାବ ନବୀନଙ୍କ ପ୍ରତି ଏବେ ବି ଅପେକ୍ଷାକୃତ ନରମ ରହିଛି। ବରଂ ଆଉ ଦୁଇ ପାଦ ଆଗକୁ ଯାଇ ଖୋଦ୍ ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ବାଜପେୟୀଙ୍କ ଏନ୍‌ଡିଏ ସମୟର ସହଯୋଗୀଙ୍କ ପାଇଁ ଦ୍ବାର େଖାଲା ଅଛି େବାଲି ସୂଚନା େଦଇ ପରୋକ୍ଷରେ ବିେଜଡି ପ୍ରତି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ହେଲେ ଆସନ୍ତା ୧୫ ତାରିଖରେ େମାଦୀ ବଲାଙ୍ଗୀର ଆସୁଥିବା ବେଳେ ସେଦିନ ମଧ୍ୟ ଭୁବନେଶ୍ବରରେ ଚାଷୀ ସମାବେଶ କରିବା ଲାଗି ନିଷ୍ପତ୍ତି େନଇଛନ୍ତି ସରକାର। େଯଉଁ ସମୟରେ ବଲାଙ୍ଗୀରରେ େମାଦୀ ପଶ୍ଚିମ ଓଡ଼ିଶା ପାଇଁ କାର୍ଡ େଖଳିବେ, ଠିକ୍ ସେହି ସମୟରେ ନବୀନ ଭୁବନେଶ୍ବରରେ ପଶ୍ଚିମ ଓଡ଼ିଶାର ମୁଖ୍ୟ ପ୍ରସଙ୍ଗ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି।

ରାଜଧାନୀରେ ରାଜ୍ୟ ସରକାରଙ୍କ ସମାବେଶ
ଏଥର ମୁକାବିଲା ପାଇଁ ଚାଷୀ କାର୍ଡ

କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଆଜି ଗଣମାଧ୍ୟମକୁ କହିଛନ୍ତି, ଚଳିତବର୍ଷ ଚାଷୀଙ୍କ ପାଇଁ କୃଷି ପାଠଶାଳା କରାଯିବ। ପାଠଶାଳାରେ କୃଷି କ୍ଷେତ୍ରରେ ନୂଆ ସମ୍ଭାବନା, ପ୍ରଯୁକ୍ତି ବିଦ୍ୟା ଓ ଆଧୁନିକ ଜ୍ଞାନ କୌଶଳ ବିଷୟରେ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଅନ୍ୟଦେଶ ଓ ଅନ୍ୟରାଜ୍ୟରେ ଚାଷୀଙ୍କ ସଫଳତା ନେଇ ମଧ୍ୟ ଭିଡିଓ ଚିତ୍ର ପ୍ରଦର୍ଶନ ହେବା ସହ ଓଡ଼ିଶାର ସଫଳ ଚାଷୀଙ୍କୁ ସେମାନଙ୍କ ଅନୁଭୂତି ବାଣ୍ଟିବାକୁ ସୁଯୋଗ ଦିଆଯିବ। ସରକାରଙ୍କ କାଳିଆ ଯୋଜନା ବିଷୟରେ ଚାଷୀଙ୍କୁ ଆହୁରି ସଚେତନ କରାଯିବ। ସମାବେଶରେ ପାଖାପାଖି ୩୦୦ଟି ଷ୍ଟଲ୍‌ ପ୍ରଦର୍ଶନ ହେବ। ସମାବେଶ ପାଇଁ ରାଜ୍ୟ ଓ ଦେଶ ବାହାରୁ ପାଖାପାଖି ୧୦୦ ବିଶେଷଜ୍ଞ ଓ ସଫଳ ଚାଷୀ ଯୋଗଦେବେ। ଚାଷ ପାଇଁ ପ୍ରୋତ୍ସାହନ ଦେବା ନେଇ ବ୍ୟବସ୍ଥା ହୋଇଥିବା କହିଛନ୍ତି କୃଷି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ, େଯଉଁଥିରେ ୨୦ ହଜାରରୁ ଅଧିକ ଚାଷୀ େଯାଗଦେବାର କାର୍ଯ୍ୟକ୍ରମ ରହିଛି। େଗାଟିଏ ପଟେ କାଳିଆ େଯାଜନା କରି ସରକାର ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନର ବାଟ େଖାଲିଥିବା ବେଳେ ଅନ୍ୟପଟରେ ଚାଷୀଙ୍କୁ ସଶକ୍ତ କରିବା ନୂଆ କୌଶଳ ସଂପର୍କରେ ଜଣାଇବା ପାଇଁ େହଉଥିବା ଏହି ସମାବେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େବାଲି କୁହାଯାଉଛି। ହେଲେ କୌତୂହଳର କଥା େହଲା, ସେଂଯାଗବଶତଃ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସହିତ ସମାନ୍ତରାଳ ଭାବେ ୬ ତାରିଖରେ ପୁରୀରେ ମହିଳା ସଶକ୍ତୀକରଣ ସଭାର ଆେୟାଜନ କରାଯାଇଥିଲା। ଏଥର ବି ପ୍ରଧାନମନ୍ତ୍ରୀ ବଲାଙ୍ଗୀରରେ ଥିବା ବେଳେ ନବୀନ ଭୁବନେଶ୍ବରରେ ଚାଷୀଙ୍କ ସହିତ ରହିବେ। ଉଭୟ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଲାଣି। ଏମିତି କ’ଣ େହଲା େଯ େଗାଟିଏ ମଞ୍ଚରେ ବସିବା ଲାଗି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି? ଏହା ରାଜନୀତିର ଅଂଶବିେଶଷ ନା ଏହା ପଛରେ ଆଉ କିଛି େଠାସ୍ କାରଣ ରହିଛି? ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀଙ୍କ ଉତ୍ସବରେ ଅନୁପସ୍ଥିତ ରହି, ବିଜେପି ପ୍ରତି ତାଙ୍କର େଯ ଆଉ ଭଲ ଧାରଣା ନାହିଁ, ଏକଥା ଜଣାଉଛନ୍ତି କି? କାେଳ େମାଦୀଙ୍କ ସହିତ ବାରମ୍ବାର ସଭାରେ ବସିଲେ, ଗାଁ ଗଣ୍ଡାରେ କର୍ମୀ ଦ୍ବନ୍ଦ୍ବରେ ପଡ଼ିବେ େସଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଦୂରରେ ରହୁଛନ୍ତି କି?ଏସବୁ ଉପରେ କିନ୍ତୁ ସଂପୃକ୍ତ ରାଜନୈତିକ ଦଳ ଠୋସ୍‌ ଭାବେ କିଛି କହିବାକୁ ଚାହୁଁନାହାନ୍ତି। ପରୋକ୍ଷରେ କିନ୍ତୁ ଏହା ସୂଚାଇ ଦେଉଛି େଯ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ େହାଇ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖ ବିେଜଡି ପ୍ରତିଷ୍ଠା ଦିବସଠାରୁ ଏବେଯାଏ ନବୀନଙ୍କ ପ୍ରତିଟି କୌଶଳକୁ ନିେରଖି ଦେଖିଲେ, େଗାଟିଏ କଥା ସ୍ପଷ୍ଟ େହାଇଯାଉଛି େଯ ନବୀନ େକନ୍ଦ୍ର ବିେରାଧରେ ହଠାତ୍ ଆକ୍ରମଣାତ୍ମକ ଅଭିଯାନ େଜାର କରିଛନ୍ତି। ପ୍ରତିଷ୍ଠା ଦିବସରେ ସିଧା ସିଧା କେନ୍ଦ୍ର ବିେରାଧରେ ଅଭିେଯାଗର ପାହାଡ଼ ଲଦି ଜବାବ ମାଗିଥିଲେ। ୨୪ ତାରିଖ େଖାର୍ଧା ଭାଷଣ ସଂପର୍କରେ ନିଜେ ଚିଠି ଲେଖି ନବୀନ ଜଣାଇଥିଲେ େଯ ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ସତ୍ୟ ଉପରେ ଆଧାରିତ ନୁେହଁ। କେବଳ ସେତିକି ନୁହେଁ, ସଂସଦରେ ତିନି ତଲାକ୍ ବିଲକୁ ବିେରାଧ, ନୂଆଦିଲ୍ଲୀରେ ଚାଷୀ ସମାବେଶ କରି ପ୍ରଧାନମନ୍ତ୍ରୀଙ୍କ ଗଡରେ େଦଶକୁ ଜଣାଇଥିେଲ େଯ ବିଜେପି ଯାହା ପ୍ରତିଶ୍ରୁତି େଦଉଛି, ତାହା ପୂରଣ କରୁନାହିଁ। ଅନ୍ୟପକ୍ଷରେ ପିପିଲି ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ଠାରିଦେଲେ େବାଲି ମୁଖ୍ୟମନ୍ତ୍ରୀ ନିଜ କ୍ୟାବିେନଟର ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ରାସ୍ତା େଖାଲି ଦେଇଥିଲେ। ଏଭଳି ଏକ ସ୍ଥିତିରେ ଆସନ୍ତା ୧୫ ତାରିଖରେ େମାଦୀଙ୍କ ଗସ୍ତ, ଭାଷଣ ଏବଂ ଭୁବନେଶ୍ବରରେ ନବୀନଙ୍କ ସଭାର ଗୁରୁତ୍ବ ବଢିଯାଇଛି। ଚାଷୀପ୍ରସଙ୍ଗକୁ ନେଇ ଉଭୟ ଆଗକୁ କି ରଣନୀତି ଆପଣାଉଛନ୍ତି, ଏହାକାହାକୁ ଲାଭ ଦାୟକ ହେବ, ତାହା େଦଖିବା କଥା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ୨୪ ତାରିଖ ଓ ୬ ତାରିଖ ଗସ୍ତରେ ରାଜ୍ୟ େନତାମାେନ ମୁଖ୍ୟମନ୍ତ୍ରୀ ଓ ବିଜେଡି ବିେରାଧରେ ଗର୍ଜନ ତର୍ଜନ କରୁଥିଲେ ହେଁ, ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେସବୁ ସ୍ଥାନ ପାଉନାହିଁ। ବରଂ ଗତ ସଭାରେ େମାଦୀ କଂଗ୍ରେସ ଟାର୍ଗେଟ କରି ଗର୍ଜନ ତର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.