ପଶ୍ଚିମ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆହୁରି ନରମ : ବଦଳିଲା ଭାଷଣ ତରିକା, ବିକାଶକୁ ପ୍ରାଧାନ୍ୟ

ଡିଏମ୍ଏଫ୍‌ରେ ଅଟକିଗଲା ନବୀନଙ୍କୁ ବିରୋଧ

ବଲାଙ୍ଗୀର: ବଲାଙ୍ଗୀରରେ ପ୍ରାୟ ୧୫ଶହ ୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ। ଏହି ସଭାରେ କିନ୍ତୁ ମଞ୍ଚ ଉପରେ ଥିବା ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କ ନାମ େନବାକୁ ଭୁଲିଯାଇଥିଲେ। ପଥରଚେପାଠାରେ ଆୟୋଜିତ ‘ଜବାବ ମାଗୁଛି ଓଡ଼ିଶା’ର ଜନସମାବେଶରେ ପାଖାପାଖି ୪୫ ମିନିଟ୍ ଭାଷଣ େଦଇଥିଲେ। ହେଲେ, ଏଠାରେ ରାଜ୍ୟ ସରକାରଙ୍କ ବିରୋଧରେ ଅପେକ୍ଷାକୃତ ଅଧିକ ନରମ ମନୋଭାବ େପାଷଣ କରିଥିଲେ। କେବଳ ଡିଏମ୍‌ଏଫ୍ ପାଣ୍ଠି ଖର୍ଚ୍ଚ ସଂକ୍ରାନ୍ତରେ ମୋଦୀଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ପାଇଁ ଟିକିଏ ଖଟକା ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁଠି ଖଣି ଖନନ ହେଉଛି ସେହି ଅଂଚଳର ତଥା ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ଚିନ୍ତା କରିବାରେ ବିଜେପି ସରକାର ପ୍ରଥମ। ଖଣି ଅଂଚଳର ବିକାଶ ପାଇଁ କେନ୍ଦ୍ର ୪ ହଜାର କୋଟି ଦେଇଛି। ଏହି ଟଙ୍କା ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ଖର୍ଚ୍ଚ େହବା କଥା। ହେଲେ ଟଙ୍କା ଖର୍ଚ୍ଚ ନହୋଇ ପଡିରହିଛି। ଶୋଇ ରହିଛନ୍ତି ସରକାର। ବାସ୍, ଏତିକି!

ଖୋର୍ଧା, ବାରିପଦା ପରେ ଆଜି ବଲାଙ୍ଗୀର ସଭା ସଙ୍କେତ ଦେଇଛି େଯ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର େମାଦୀଙ୍କ ଭାଷଣର ତରିକା ବଦଳିଯାଇଛି। ରାଜନୈତିକ ବାଧ୍ୟବାଧକତାରେ ହେଉ ଅଥବା ବିେରାଧୀଙ୍କୁ ପ୍ରଚଣ୍ଡ ଆକ୍ରମଣକୁ େଲାକେ ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପ୍ରତ୍ୟାଖ୍ୟାନ କରିବା କାରଣରୁ ମୋଦୀଙ୍କ ଭାଷଣ ଆଜି ବିକାଶ ରାସ୍ତାରେ ଅଧିକ ଯାଇଥିଲା। ବରଂ ବିେରାଧୀ ଦଳମାନେ ତାଙ୍କୁ େଯଉଁଭଳି େଘରିଲେଣି, ତାହା ଠିକ୍ କି ଭୁଲ, େସ ନେଉଥିବା ପଦକ୍ଷେପ ଯୁକ୍ତିଯୁକ୍ତ, ଏଥିପାଇଁ ସେ ବାରମ୍ବାର ସଫେଇ େଦବାକୁ େଚଷ୍ଟା କରିଥିଲେ। ଆଉ ତା ଭିତରେ ବି ଶ୍ରୀଜଗନ୍ନାଥଙ୍କ ଦ୍ବାହି େଦଇ ସେମାନଙ୍କୁ ବାନ୍ଧି ଜେଲରେ ପୂରାଇବେ ବୋଲି ଧମକ େଦବାକୁ ଭୁଲିନଥିଲେ ପ୍ରଧାନମନ୍ତ୍ରୀ।

ବଦଳିଲା ଭାଷଣ ତରିକା, ବିକାଶକୁ ପ୍ରାଧାନ୍ୟ
ବିରୋଧୀଙ୍କୁ ଧମକାଇଲେ ଜେଲ ପଠାଇବେ

ଆଜିର ସଭା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ଏହି ମହଲର କହିବା କଥା, ଉପକୂଳରୁ ଉତ୍ତର ଓଡ଼ିଶା ଦେଇ ପଶ୍ଚିମ ଓଡ଼ିଶାରେ ପହଞ୍ଚିଲା େବଳକୁ େମାଦୀଙ୍କ ଭାଷଣର ଦମ୍ଭ ନାହିଁ। ବରଂ ପ୍ରଧାନମନ୍ତ୍ରୀଙ୍କ ଆଜିର ବକ୍ତବ୍ୟ ପଶ୍ଚିମ ଓଡ଼ିଶାର ବିେଜପି କର୍ମୀ ଓ େନତାଙ୍କୁ େଦାଛକିରେ ଛିଡା କରାଇ ଦେଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ରାୟପୁରରୁ ‌ହେଲିକପ୍ଟର ଯୋଗେ ଆସି ସକାଳ ୧୦ଟାରେ ବଲାଙ୍ଗୀରରେ ପହଞ୍ଚିଥିଲେ। ପ୍ରଥମେ ରେଳ ଷ୍ଟେସନଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୦ ମିନିଟର ସଂକ୍ଷିପ୍ତ ଭାଷଣ ପରେ ପଥରଚେପାଠାରେ ଆୟୋଜିତ ‘ଜବାବ ମାଗୁଛି ଓଡ଼ିଶା’ର ଜନସମାବେଶ ସ୍ଥଳକୁ ଯାଇଥିଲେ। ସେଠାରେ ୪୫ ମିନିଟର ଦୀର୍ଘ ଭାଷଣ ଦେଇଥିଲେ।

ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଚିଠା ରଖିଥିଲେ। କହିଥିଲେ, ମାସକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାରେ ୨୦ ହଜାର କୋଟିରୁ ଅଧିକ ଟଙ୍କାର ଯୋଜନା ଓ ପ୍ରକଳ୍ପ କାମର ଶିଳାନ୍ୟାସ ଓ ଲୋକାର୍ପଣ ସରିଛି। ‘ଚୌକିଦାର’ଙ୍କୁ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ସମାଲୋଚନାର ମଧ୍ୟ ଦୃଢ଼ ଜବାବ ରଖି େମାଦୀ କହିଥିଲେ, ଚୋରମାନଙ୍କୁ ଚୌକିଦାର ଗୋଡ଼େଇ ଗୋଡ଼େଇ ଧରିବ। ବିମୁଦ୍ରୀକରଣ ଭଳି ବିଭିନ୍ନ ପଦକ୍ଷେପ ଯୋଗୁଁ ନକଲି ହିତାଧିକାରୀ ଓ ଲୁଟେରା ଧରାପଡ଼ି ଯାଉଛନ୍ତି। ଦେଶର ୯୦ ହଜାର କୋଟି ଟଙ୍କା ସଂଚୟ ହୋଇଛି। ତେଣୁ ଦୁର୍ନୀତିଗ୍ରସ୍ତମାନେ ଏବେ ତାଙ୍କର ଶତ୍ରୁ ପାଲଟିଛନ୍ତି। ଗାଦିରୁ ହଟାଇବାକୁ ଷଡ୍‌ଯନ୍ତ୍ର କରୁଛନ୍ତି। ଅସାଧୁ ମେଣ୍ଟ ଆରମ୍ଭ ହୋଇଛି। ପ୍ରାରମ୍ଭରୁ ଜୟ ଜଗନ୍ନାଥ, ଜୟ ମା’ ସମଲେଇ, ଜୟ ମା’ ପାଟଣେଶ୍ୱରୀଙ୍କ ନାଁ ନେଇ ବକ୍ତବ୍ୟ ଆରମ୍ଭ କରିଥିଲେ। ଉପସ୍ଥିତ ଜନତାଙ୍କୁ ପୁଷପୁନିର ଜୁହାର ଜଣାଇ ନିଜର ଅଭିନନ୍ଦନ ଜଣାଇଥିଲେ। ଏ ଅଂଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ ମଧ୍ୟ ନେଇ ସମ୍ମାନ ଜଣାଇଥିଲେ। ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ପ୍ରକୃତି ଆମକୁ ବହୁତ କିଛି ଦେଇଛି। ଭାରତର ସଂସ୍କୃତି ପରମ୍ପରା ସାରା ବିଶ୍ୱରେ ପରିଚିତ। ହେଲେ ଏହାକୁ ବିଗତ ଦଶନ୍ଧିଗୁଡ଼ିକରେ ଥିବା ସରକାର ଧ୍ୟାନ ଦେଇନଥିଲା। ଓଡ଼ିଶାର ଓଡିଆ ସଂଗୀତ, ଓଡିଶୀ ନୃତ୍ୟ, ଓଡିଆ ଭାଷା ଆଜି ବି ମହାନ। ଓଡ଼ିଶାର ଗୌରବଶାଳୀ ଇତିହାସ ଆମକୁ ଗର୍ବିତ କରି ଆସିଛି। ବଲାଙ୍ଗୀରର ରାଣୀପୁର ଝରିଆଲର ଚଉଷଠୀ ଯୋଗିନୀ ମନ୍ଦିର, ସୋମେଶ୍ୱର ମନ୍ଦିର, ଇନ୍ଦ୍ରଲାଠ ମନ୍ଦିର ବହୁ ଶତାବ୍ଦୀରୁ ନିର୍ମାଣ ହୋଇଛି। କଳାହାଣ୍ଡିର ଅସୁରଗଡରେ ପ୍ରାଚୀନ କୀର୍ତ୍ତିରାଜି ରହିଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କୀର୍ତ୍ତିରାଜିମାନ ଭରି ରହିଛି। ତାର ରକ୍ଷଣାବେକ୍ଷଣ ଠିକରେ ହେଉ ନଥିଲା। ଓଡ଼ିଶା ସମେତ ଭାରତବର୍ଷର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପ୍ରାଚୀନ କୀର୍ତ୍ତିରାଜିକୁ ସୁରକ୍ଷା ଦେବା, ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରିବାର ଦାୟିତ୍ୱ ବିଜେପି ସରକାର ନେଇଛି। ବିଗତ ସରକାରରେ ଚୋରି ହୋଇଯାଇଥିବା ମୂର୍ତ୍ତିମାନ ଗତ ୪ ବର୍ଷ ଭିତରେ ପୁଣି ଭାରତକୁ ଫେରାଇ ଆଣିବାର ଉଦ୍ୟମ କରାଯାଇଛି ବୋଲି କହିଥିଲେ। ସେହିପରି ଓଡିଶାରେ ରେଳ ବିକାଶ କ୍ଷେତ୍ରରେ ବିଗତ ସାଢେ ଚାରି ବର୍ଷରେ ତାଙ୍କ ସରକାର ୨୦ ହଜାର କୋଟି ଦେଇଛି ବୋଲି କହିଥିଲେ। ଯାହାକି ପୂର୍ବ ସରକାରଠାରୁ ୫ ଗୁଣା ଅଧିକ ଏବଂ ପୁରୁଣା ସରକାର ଥିଲେ ଓଡିଶା ଏତେ ଟଙ୍କା ବଜେଟ ପାଇବାକୁ ଆହୁରି ୨୫ ବର୍ଷ ଲାଗିଥାନ୍ତା ବୋଲି କହିଥିଲେ। ରେଳ ଲାଇନ ନିର୍ମାଣରେ ମଧ୍ୟ ବିଜେପି ସରକାର ୩ ଗୁଣା ଅଧିକ କାମ କରିଛି ବୋଲି କହିଥିଲେ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ଓ ଦୁର୍ନୀତି ବଢ଼ିଚାଲିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବାଜପେୟୀ ସରକାର ସମୟରେ ରାଜ୍ୟରେ ୨୫୦୦ କିମି ରାସ୍ତା ନିର୍ମାଣ ହୋଇଥିଲା। ୩୮୦୦ କିମି ରାସ୍ତା ପାଇଁ ବର୍ତ୍ତମାନର ସରକାର ଯୋଜନା କରିଥିଲେ। କିନ୍ତୁ ରାଜ୍ୟ ସରକାର ୧୭୬୭ କିମି ରାସ୍ତା ନିର୍ମାଣ କରାଇ ଦେଉ ନାହାନ୍ତି। ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅଣଦେଖା କରିଆସିଥିବା ସେ କହିଥିଲେ। ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ, ପଶ୍ଚିମ ଓଡ଼ିଶାରେ ବିକାଶର ସମୟ ଆସିଛି। ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ କହିଥିଲେ, ରାଜ୍ୟ ସରକାର ୩୫ ପ୍ରତିଶତ ଜଳସେଚନର ପ୍ରତିଶ୍ରୁତି ପୂରଣ କରିବାରେ ଫେଲ ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜାତୀୟ ସଂପାଦକ ସୁରେଶ ପୂଜାରୀ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବିଧାୟିକା ରାଧାରାଣୀ ପଣ୍ଡା, ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ, କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକ, ପୂର୍ବ ମନ୍ତ୍ରୀ ଜୟନାରାୟଣ ମିଶ୍ର, ଖରିଆର ବିଧାୟକ ଦୁର୍ଯୋଧନ ମାଝୀ, ପୂର୍ବ ସାଂସଦ ପର୍ଶୁରାମ ମାଝୀ, ପୂର୍ବ ସାଂସଦ ସଂଗୀତା ସିଂହଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର