ମୋଦୀ ମ୍ୟାଜିକ୍ : ୮ଟି ଜାଗାରେ ସଭା କରିଥିଲେ, ୬ରେ ବିଜେପି ବିଜୟୀ

ଭୁବନେଶ୍ବର : ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଥର ଓଡ଼ିଶା ଆସିଛନ୍ତି। ଏହି ଗସ୍ତ ସମୟରେ ସେ ୮ଟି ଜନସଭାକୁ ଉଦ୍‌ବୋଧନ ଦେବା ସହ ଗୋଟିଏ ‌େରାଡ୍‌ ସୋ’ କରିଥିଲେ। ‌ମୋଦୀ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ଭୁବନେଶ୍ବର, କେନ୍ଦ୍ରାପଡ଼ା ଓ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ଜନସଭାକୁ ଉଦ୍‌ବୋଧନ ଦେଇଥିଲେ। ଏହା ମଧ୍ୟରେ କୋରାପୁଟ ଓ କେନ୍ଦ୍ରାପଡ଼ାକୁ ବାଦ୍ ଦେଲେ ୬ଟି ଯାକ ଲୋକସଭା ଆସନରେ ବିଜେପି ବାଜିମାତ୍ କରିଛି। ଓଡ଼ିଶାରେ ବି ମୋଦୀ ଯାଦୁ କାମ ଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର