ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ ଯୋଗୁଁ କିଭଳି କ୍ଷୟକ୍ଷତି ହୋଇଛି ତାହାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି | ତେବେ ଏ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରନ୍ତି | ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଇ ସ୍ଥିତି ତଦାରଖ କରିଛନ୍ତି |

Image Source: Zee News

ଏହା ପୂର୍ବରୁ ମୋଦୀ ଆଜି ଟ୍ୱିଟ କରି ଓଡିଶାକୁ ପ୍ରଶଂସା କରିଛନ୍ତି | ବିଶେଷ କରି ସେ ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି |

ଯେଉଁଭଳି ଭାବରେ ରାଜ୍ୟ ବାତ୍ୟାର ମୁକାବିଲା କଲା ତାକୁ ଦେଖିବା ପରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, “ବାତ୍ୟା ଅମ୍ପନର ପ୍ରଭାବକୁ ରାଜ୍ୟ ସାହସର ସହ ମୁକାବିଲା କରିଥିବାରୁ ମୁଁ ଅବେଗିକ ଭାବେ ଓଡିଶାବାସୀଙ୍କ ସହ ଅଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେଉ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ |

ସମ୍ବନ୍ଧିତ ଖବର