‘ଫୋକସ’ ରାଜ୍ୟ ମାନ୍ୟତା ଦିଅ, ମୋଦୀଙ୍କ ସାମ୍ନାରେ ନବୀନଙ୍କ ବିକଳ୍ପ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ବର: ଦାବି ପୁରୁଣା। କିନ୍ତୁ ନୂଆ ଢଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ସାମ୍ନାେର ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି। ପୂର୍ବରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କଥା କହି ଆସୁଥିଲେ। ଆଜି ଆଉ ଟିକିଏ ସେଂଶାଧନ କରି ନବୀନ କହିଛନ୍ତି େଯ ଯଦି େକନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଇପାରୁନାହାନ୍ତି, ତେବେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବା କାରଣରୁ ଏହାକୁ ସ୍ବତନ୍ତ୍ର େଫାକସ୍ ରାଜ୍ୟର ମାନ୍ୟତା ଦିଆଯାଉ। ସବୁ ସମୟ ପାଇଁ ନ ହେଲେ ନାହିଁ, ଅନ୍ତତଃ, େଯଉଁ ବର୍ଷ ଏଭଳି ବିପର୍ଯ୍ୟୟ ସାମ୍ନା କରୁଛି, ସେବର୍ଷ େକନ୍ଦ୍ର ସରକାର ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଏଭଳି ଗୁରୁତ୍ବ ଦିଅନ୍ତୁ। େକନ୍ଦ୍ର ପ୍ରାୟୋଜିତ େଯାଜନାରେ ୯୦:୧୦ ଅନୁପାତରେ ପାଣ୍ଠି ଆବଣ୍ଟନ କରାଯାଉ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଏଭଳି ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ନେଇ ସମଗ୍ର ଦେଶରେ ବିତର୍କ ଲାଗି ରହିଥିବା ବେଳେ ନବୀନଙ୍କର ଏହି ବିକଳ୍ପ ପ୍ରସ୍ତାବ ଜାତୀୟ ରାଜନୀତି ପାଇଁ ଅନେକ ଗୁରୁତ୍ବ ରଖିଛି। େକନ୍ଦ୍ର ସରକାର ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଏହାଦ୍ବାରା େକବଳ ଓଡ଼ିଶା ନୁେହଁ, େଯ କୌଣସି ବିପର୍ଯ୍ୟୟ ସାମ୍ନା କରୁଥିବା ରାଜ୍ୟ ଅତ୍ୟନ୍ତ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ସରକାରୀ ବାସଭବନରେ ଆଜି ସକାଳ ସାେଢ଼ ଦଶଟା ବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆେଲାଚନା େହାଇଥିଲା। ପଞ୍ଚମ ପାଳି ସରକାର ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ନବୀନ ପ୍ରଥମଥର ପାଇଁ ଭେଟିଥିଲେ। ସାକ୍ଷାତ ଅବସରରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ନବୀନଙ୍କର ୨୦ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟ ଦାବି ଗୁଡ଼ିକ ଉପରେ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ

ପ୍ରାକୃତିକ ବିପର୍ଯ୍ୟୟକୁ ସୂଚକାଙ୍କ କରାଯାଉ
କୋଇଲା ରୟାଲଟି ବୃଦ୍ଧି ଲାଗି ଦାବି ଜଣାଇଲେ
ଉପବାଚସ୍ପତି ଓ ଆୟୁଷ୍ମାନ ପ୍ରସଙ୍ଗ ଉଠିଲାନି

ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବାସନା ଦେଇଥିବା ସୂଚନା ମିଳିଛି।
ଦୃଢ଼ ଭାବେ ନିଜ ଦାବି ଉପସ୍ଥାପନ କରି ନବୀନ କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟକୁ ଏବେ େକନ୍ଦ୍ର ସରକାର ଏକ ସୂଚକାଙ୍କ (ଇଣ୍ଡିକେଟର) ରୂପେ ବିବେଚନା କରନ୍ତୁ। ଏହି ଆଧାରରେ ଓଡ଼ିଶାକୁ ସ୍ବତନ୍ତ୍ର ମାନ୍ୟତା ଦିଆଗଲେ, ରାଜ୍ୟର ସାମୂହିକ ବିକାଶର ପ୍ରୟାସରେ ବଡ଼ ଧରଣର ସଫଳତା ମିଳିପାରିବ। ରାଜ୍ୟ ପ୍ରମୁଖ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଯୋଗୁଁ ସ୍ବତନ୍ତ୍ର ଫୋକସ୍ଡ ରାଜ୍ୟ ରୂପେ ଘୋଷଣା କରାଯାଇ ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ପାଇଁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ସୁବିଧାସୁଯୋଗ ପ୍ରଦାନ କରାଯିବା ଦରକାର। ଏହା ଭିତ୍ତିଭୂମିର ପୁନଃନିର୍ମାଣ ଓ ଜୀବନଜୀବିକା ପୁନରୁଦ୍ଧାର କରିବାରେ ବିେଶଷ ସହାୟକ ହେବ। ଏହା କେବଳ ଓଡ଼ିଶାକୁ ସାହାଯ୍ୟ କରିବ ନାହଁ । ଦେଶର ଅନେକ ରାଜ୍ୟ ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଏହାଦ୍ବାରା ଲାଭବାନ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୦୦ରୁ ୨୦୧୯ ସମୟ ଅବଧିରେ ପ୍ରତ୍ୟେକ ବର୍ଷ ରାଜ୍ୟ ବାତ୍ୟା, ବନ୍ୟା ତଥା ମରୁଡ଼ିର ଶିକାର ହେଉଛି। ପୂର୍ବ ଉପକୂଳରେ ଅତିକ୍ରମ କରୁଥିବା ୩୫ ପ୍ରତିଶତ ବାତ୍ୟା ଓ ମହାବାତ୍ୟା ଦ୍ବାରା ଓଡ଼ିଶା ପ୍ରଭାବିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ‘ଫନି’ର ମୁକାବିଲା ତଥା ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ‘ଫନି’ ଯୋଗୁ ବ୍ୟାପକ ସମ୍ପତ୍ତି, ଜୀବନଜୀବିକା ପ୍ରଭାବିତ ହୋଇଥିବା ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କ୍ଷୟକ୍ଷତିର ଚିତ୍ର ରଖି ନବୀନ କହିଥିଲେ, ବାତ୍ୟା ଫନି ଯୋଗୁଁ ୫.୬ ଲକ୍ଷ ଘର ନଷ୍ଟ ହୋଇଯାଇଛି। ଲକ୍ଷାଧିକ ପରିମାଣରେ ଗଛଗୁଡ଼ିକ ଉପୁଡ଼ିଯିବା, ଫସଲ ଓ ପଶୁସମ୍ପଦ ନଷ୍ଟ ହୋଇଛି। ବିଦ୍ୟୁତ ବଣ୍ଟନ ଓ ପରିବହନ, ପିଇବା ପାଣି, ରାସ୍ତା ଓ ପୋଲ, ଆଡ଼ିବନ୍ଧ, ସ୍ବାସ୍ଥ୍ୟ କେନ୍ଦ୍ର, ସ୍କୁଲ କୋଠା, ଗୋଷ୍ଠୀ ସହାୟତା କେନ୍ଦ୍ର ଭଳି ସାର୍ବଜନିକ ଭିତ୍ତିଭୂମି ବିଶେଷ ଭାବରେ କ୍ଷତି ହୋଇଛି। କ୍ଷତି ଏତେ ବ୍ୟାପକ େହାଇଛି େଯ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି ଗୁଡ଼ିକର ନୂତନ ଭାବରେ ନିର୍ମାଣ କରାଯାଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ୫ ଲକ୍ଷ ସ୍ବତନ୍ତ୍ର ଗୃହ ନିର୍ମାଣ ମଞ୍ଜୁର ପାଇଁ ନବୀନ େମାଦୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏଥିରେ କେନ୍ଦ୍ରର ୯୦ ପ୍ରତିଶତ ଓ ରାଜ୍ୟର ୧୦ ପ୍ରତିଶତ ଅର୍ଥରାଶି ବିନିଯୋଗ କରାଯାଇ ପାରିବ। ସ୍ବତନ୍ତ୍ର ଆବଣ୍ଟନ ପାଇଁ ସ୍ଥାୟୀ ପ୍ରତୀକ୍ଷା ତାଲିକା ନିୟମକୁ ବାଦ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଦାବି କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର େକନ୍ଦ୍ରକୁ େଦଇଥିବା କ୍ଷୟକ୍ଷତି ରିେପାର୍ଟ ସଂପର୍କରେ ବି ସୂଚାଇଥିଲେ। କହିଥିଲେ, ନଷ୍ଟ ହୋଇଥିବା ସାର୍ବଜନିକ ସମ୍ପର୍ତ୍ତିର ଭରଣା ପାଇଁ ରିଲିଫ୍ ସହିତ ପାଖାପାଖି ୯୩୩୬ କୋଟି ଟଙ୍କାର ଆକଳନ କରାଯାଇଛି। ଓଡ଼ିଶା ସରକାର ୫୨୨୮ କୋଟି ଟଙ୍କା ଏନ୍‌ଡିଆର୍‌ଏଫ୍ ପାଣ୍ଠିରୁ ଦେବାକୁ େକନ୍ଦ୍ରକୁ ନିେବଦନ କରିଛନ୍ତି। ନବୀନ ପୁଣି କହିଥିଲେ, ନଷ୍ଟ ହୋଇଥିବା ସାର୍ବଜନିକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ପାଇଁ ଏସ୍‌ଡିଆର୍‌ଏଫ୍‌/ଏନ୍‌ଡିଆର୍‌ଏଫ୍ ପାଣ୍ଠି ପରିଧିରେ ଆସୁନାହିଁ। ଏହାକୁ ଏସ୍‌ଡିଆର୍‌ଏଫ୍‌/ଏନ୍‌ଡିଆର୍‌ଏଫ୍ ପରିଧିରେ ଅଣାଯିବା ଲାଗି େକନ୍ଦ୍ର ସରକାର ପଦକ୍ଷେପ େନବା ଦରକାର। ସାକ୍ଷାତ ଆଲୋନାରେ ନବୀନ କୋଇଲା ରୟାଲିଟି ସଂଶୋଧନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ଶେଷ ଥର ପାଇଁ ୨୦୧୨ େମ’ ୧୦ ତାରିଖରେ କୋଇଲା ରୟାଲିଟି ସଂଶୋଧନ କରାଯାଇଥିଲା। କୋଇଲା ରୟାଲିଟି ସଂଶୋଧନକୁ ୧୪ ପ୍ରତିଶତରୁ ୨୦ ପ୍ରତିଶତି ବିକ୍ରି ମୂଲ୍ୟ ଅନ୍ତର୍ଗତ ବୃଦ୍ଧି କରିବା ପାଇଁ ମଧ୍ୟ ନିବେଦନ କରିଥିଲେ।

ରାଜନୈତିକ ମହଲରେ ଏହି ସାକ୍ଷାତ ଆେଲାଚନା ଭିନ୍ନ କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛି। ଲୋକସଭାର ଉପବାଚସ୍ପତି ପଦ ବିଜେଡିକୁ ଦେବା ତଥା ରାଜ୍ୟରେ ଆୟୁଷ୍ମାନ ଯୋଜନା ଆରମ୍ଭ କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ପ୍ରକାର ଆଲୋଚନା ହୋଇନାହିଁ େବାଲି ଗଣମାଧ୍ୟମର ପ୍ରତିନିଧିମାନଙ୍କର ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଜାତୀୟ ସ୍ତରରେ କିଛିଦିନ ଧରି ବେଶ୍ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ନବୀନ ତାଙ୍କ ଆଭିମୁଖ୍ୟ ପ୍ରକଟ କରିବା ପରେ ଏହି ଦୁଇଟି ପ୍ରସଙ୍ଗରେ େକନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର ନିବଦ୍ଧ ରହିଛି। ତେବେ ଆଲୋଚନା ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ନବୀନ କିନ୍ତୁ ବହୁ ଚର୍ଚ୍ଚିତ ଆୟୁଷ୍ମାନ ଭାରତ େଯାଜନାରେ ଓଡ଼ିଶାର ସାମିଲ ଓ େଲାକସଭା ଉପବାଚସ୍ପତି ପଦ ବିଜେଡିକୁ ମିଳିବା ସଂପର୍କିତ କଥାବାର୍ତାକୁ ମନା କରିଥିଲେ। ବିଜେଡିକୁ ଲୋକସଭାର ଉପବାଚସ୍ପତି ପଦ ଦିଆଯିବ ବୋଲି ବିଭିନ୍ନ ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏନ୍‌ଡିଏର ସହଯୋଗୀ ଶିବସେନା ଆଉ ପାଦେ ଆଗକୁ ଯାଇ ଏହି ପଦ ପାଇଁ ତାଙ୍କ ଦଳ ହିଁ ପ୍ରକୃତ ଦାବିଦାର ବୋଲି କହିଥିଲେ।

ତେବେ ଉପବାଚସ୍ପତି ନିର୍ବାଚନ ପାଇଁ ଆହୁରି ପାଖାପାଖି ୧୦ ଦିନର ସମୟ ଥିବାରୁ ସମ୍ଭବତଃ ତା’ ପୂର୍ବରୁ ରାଜନୈତିକ ତତ୍ପରତା ପ୍ରକାଶ ପାଇବ ଓ ବିଜେପି ତାହାର ଆଭିମୁଖ୍ୟ ସ୍ପଷ୍ଟ କରିପାରେ ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ଚଳିତ ମାସ ୧୯ରେ ଲୋକସଭାର ବାଚସ୍ପତି ନିର୍ବାଚନ ଓ ତା’ ପରେ ଉପବାଚସ୍ପତି ନିର୍ବାଚନ ହେବ। ସେହିଭଳି ଆୟୁଷ୍ମାନ େଯାଜନା ନେଇ ଓଡ଼ିଶା ପ୍ରଥମେ ରାଜି ହୋଇନଥିଲା। ମୋଦି ସରକାର-୨ କ୍ଷମତାକୁ ଆସିବା ପରେ ଏହି ଯୋଜନା ନେଇ କେନ୍ଦ୍ର ସରକାର ଆଭିମୁଖ୍ୟରେ ପରିବର୍ତ୍ତନ କରିଥିଲେ। ପରେ େକନ୍ଦ୍ର ପ୍ରତିନିଧି ଓଡ଼ିଶା ଆସି ଆେଲାଚନା କରିବା ପରେ େଖାଦ୍ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିଲେ। ଏ େନଇ ରାଜ୍ୟକୁ ଚିଠି ମଧ୍ୟ ଲେଖିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସକରାତ୍ମକ ଆଲୋଚନା ପରିପ୍ରେକ୍ଷୀରେ ନବୀନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏ ନେଇ ତାଙ୍କ ମତ ସ୍ପଷ୍ଟ କରିବେ େବାଲି ଚର୍ଚ୍ଚା େହଉଥିଲା। କିନ୍ତୁ ନବୀନ ଏଭଳି ଆେଲାଚନା େହାଇନାହିଁ େବାଲି କହି ଟାଳି େଦଇଛନ୍ତି।

ସମ୍ବନ୍ଧିତ ଖବର