ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ : ଓଡ଼ିଶା ଦ୍ବିତୀୟ ତ୍ରିପୁରା ହୋଇଯିବ

ଭୁବନେଶ୍ବର : ଚଳିତ ନିର୍ବାଚନରେ ଓଡ଼ିଶା ସାରା ଭାରତକୁ ଚମକାଇଦେବ। ଓଡ଼ିଶା ଦ୍ବିତୀୟ ତ୍ରିପୁରା ହୋଇଯିବ। ଆଜି ଏମିିତି ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି। ଆଜି ନୂଆଦିଲ୍ଲୀର ତାଳକୋଟରା ଷ୍ଟାଡିୟମରେ ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍‌ସରେ ଦେଶର ୫୦୦ଟି ସ୍ଥାନର ଲୋକଙ୍କ ସହ ବାର୍ତ୍ତାଳାପ ବେଳେ ଏମିତି ସୂଚନା ଦେଇଥିଲେ। ମୋଦି କହିଥିଲେ ମୁଁ ଗତ ଦିନରେ ଓଡ଼ିଶାରୁ ଫେରିଛି। ସେଠି ଲୋକଙ୍କ ଉତ୍ସାହ ମୋତେ ଆଚମ୍ବିତ କରିଛି। କେନ୍ଦ୍ରାପଡ଼ା ଲୋକଙ୍କ ସହିତ ଆଲୋଚନା ବେଳେ ମୋଦି ଏହି ସୂଚନା ଦେଇଥିଲେ। ଚୌକିଦାର ପଦବୀ ସଂପର୍କରେ ସ୍ପଷ୍ଟୀକରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହା ଏକ ଭାବନା ଅଟେ। ସମାଜପାଇଁ ଭଲ କାମ କରୁଥିବା ଲୋକମାନେ ହିଁ ଚୌକିଦାର। ଏହି ଭାବନା ଯେତେ ସଶକ୍ତ ହେବ ଦେଶକୁ ଲୁଟିବାକୁ କେହି ସାହସ କରିବେ ନାହିଁ। ଦେଶକୁ ଶାସନ କରିବା ପାଇଁ ରାଜା ମହାରାଜାମାନଙ୍କର ଆବଶ୍ୟକତା ନାହିିଁ। ଦେଶ ଚାହୁଁଛି ଚୌକିଦାର ହିଁ ଦେଶ ସମ୍ଭାଳନ୍ତୁ।

ସମ୍ବନ୍ଧିତ ଖବର