ନଭେମ୍ବରରେ ଆସିବେ ମୋଦି! : ତାଳଚେର ସାର କାରଖାନାର ଶୁଭ ଦେବେ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦେବେ। ଯଦିଓ ତାଙ୍କର ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇନାହିଁ, ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ତାଳଚେରର ପ୍ରସ୍ତାବିତ ସାର କାରଖାନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଛି। ଏହା ଗ୍ୟାସ୍‌ ଭିତ୍ତିକ ଆଧୁନିକ ସାର କାରଖାନା ହେବ। ତାଳଚେର ବ୍ୟତୀତ ଗୋରଖପୁର, ସିନ୍ଧ୍ରି ଏବଂ ବରଉନିଠାରେ ଆଉ ତିନିଟି ଗ୍ୟାସ ଭିତ୍ତିକ ସାର କାରଖାନା ନିର୍ମାଣ କରାଯିବ ବୋଲି ମ କହିଛନ୍ତି।

ସମ୍ବନ୍ଧିତ ଖବର