ବିଜେଡି ଛାଡ଼ିଲେ ମୋହନ ଜେନା

ଯାଜପୁର : ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବିଜେଡି ଛାଡ଼ିଛନ୍ତି। ସେ ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବା ସହ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି।

ଶ୍ରୀ ଜେନା ବିଜେଡିରୁ ୨ଥର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହା ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ବଦଳରେ ରୀତା ତରାଇଙ୍କୁ ପ୍ରାର୍ଥୀ କରିଥିଲା। ଶ୍ରୀମତୀ ତରାଇ ମଧ୍ୟ ନିର୍ବାଚିତ ହୋଇଥିଲେ। ଏଥର ଶ୍ରୀମତୀ ତରାଇଙ୍କ ସହିତ ଶ୍ରୀ ଜେନା ମଧ୍ୟ ଟିକେଟ ପାଇଁ ଆଶାୟୀ ଥିଲେ। ମାତ୍ର, ବିଜେଡି ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ଜେନା ଆଜି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏବଂ, ନିଜର ଇସ୍ତଫାପତ୍ରକୁ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ଯେ, ଶ୍ରୀ ଜେନା ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବେ ଏବଂ ସାଂସଦ ଭାବେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର