ମାଓ ଆକ୍ରମଣରେ ଓଡ଼ିଆ ଯବାନ ସହିଦ, ବାପାଙ୍କର ଶୁଦ୍ଧିକ୍ରିୟା ସାରି ୧୫ ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ

ମାଲକାନଗିରି: ଛତିଶଗଡ଼ର ସୁକୁମା ଜିଲ୍ଳାରେ ପୁଣି ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ସହିଦ ହୋଇଥିବା ୯ଜଣ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଥିବା ଜଣାପଡ଼ିଛି। ଏହି ଓଡିଆ ଯବାନଙ୍କ ଘର ବ୍ରହ୍ମଗିରିର ଜିଲ୍ଲା ରେବଣା ନୁଆଗାଁ ଓ ନାମ ମନୋରଂଜନ ଲେଙ୍କା ବୋଲି ଜଣାପଡ଼ିଛି। କିଛି ଦିନ ପୂର୍ବରୁ ମନୋରଂଜନଙ୍କ ବାପା ଦୁର୍ଯୋଧନ ଲେଙ୍କାଙ୍କର ଦେହାନ୍ତ ହୋଇଥିଲା । ବାପାଙ୍କର ଶୁଦ୍ଧିକ୍ରିୟା ସାରି ସେ ଗତ ୧୫ ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ । ମଙ୍ଗଳବାର ନକ୍ସଲ ଆକ୍ରମଣରେ ସେ ସହିଦ ହୋଇଯାଇଛନ୍ତି।

ଏବେ ବି ଘଟଣାସ୍ଥଳରେ ଅପରେସନ୍‌ ଜାରି ରହିଛି। ତେବେ ମାଓବାଦୀଙ୍କ ଆକ୍ରମଣରେ ମନୋରଞ୍ଜନ ଲେଙ୍କାଙ୍କ ସମେତ ଏଏସ୍‌ଆଇ ଆରକେଏସ୍‌ ତୋମାର୍‌, କନେଷ୍ଟବଳ ଅଜୟ କୁମାର ଯାଦବ, ଜିତେନ୍ଦ୍ର ସିଂ, ଶୋଭିତ କୁମାର ଶର୍ମା, ମନୋଜ ସିଂହ, ଧର୍ମେନ୍ଦ୍ର ସିଂହ, ଚନ୍ଦ୍ର.ଏଚ.ଏସ୍‌ ଓ ହେଡ୍‌ କନେଷ୍ଟବଳ ଲକ୍ଷ୍ମଣ ସହିଦ ହୋଇଛି। ସେହିପରି ଗୁରୁତର ଆହତ ୫ ଯବାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଜଣାପଡ଼ିଛି। ସେମାନେ ହେଲେ ମଦନ କୁମାର ଓ ରାଜେଶ କୁମାର ।

ସମ୍ବନ୍ଧିତ ଖବର