ପିଲାଙ୍କ ଟଙ୍କା ବି ଖାଇଗଲେ

ଉଚ୍ଚଶିକ୍ଷା ଅର୍ଥ ବିଶ୍ବବିଦ୍ୟାଳୟରେ ବାଟବଣା, ସେବା ପାଇଁ ଆସିଥିବା ଅର୍ଥ ଚଳୁ କରିଦେଲେ, ୨୩୦ କୋଟି ଖର୍ଚ୍ଚ ଉପରେ ଉଠିଲାଣି ଆଙ୍ଗୁଠି

ଭୁବନେଶ୍ବର : ପଚାଶ ଲକ୍ଷ କି କୋଟିଏ ନୁହେଁ, ଶହେ କୋଟିରୁ ଅଧିକ ଟଙ୍କା ବର୍ଷ ବର୍ଷ ଧରି ପଡିଛି। ଖର୍ଚ୍ଚ ହୋଇପାରୁନାହିଁ। କର୍ତୃପକ୍ଷ ଏତେ ବେଫିକର ଯେ ବିନିେଯାଗ ପ୍ରମାଣ ପତ୍ର ମଧ୍ୟ ଦେଉନାହାନ୍ତି। ତା ସତ୍ତ୍ବେ ଫି ବର୍ଷ ପୁଳା ପୁଳା ଅର୍ଥ ପ୍ରଦାନ କରୁଛନ୍ତି ସରକାର।

ରାଜ୍ୟରେ ଉଚ୍ଚଶିକ୍ଷା ବିପଜ୍ଜନକ ସ୍ଥିତିରେ ଥିବା ବେଳେ ବିଭିନ୍ନ ବିଶ୍ବବିଦ୍ୟାଳୟର ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ପାଣ୍ଠି ସମୀକ୍ଷା ନିେର୍ଦଶାଳୟ ତାଙ୍କର ବାର୍ଷିକ ରିେପାର୍ଟରେ ରାଜ୍ୟର ୭ଟି ବିଶ୍ବବିଦ୍ୟାଳୟ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛନ୍ତି। ଏହି ରିେପାର୍ଟ ବୟାନ କରୁଛି, ବିଶ୍ବବିଦ୍ୟାଳୟରେ କେେଳଙ୍କାରୀ, ଟଙ୍କା ଆତ୍ମସାତ୍ କିଭଳି ଚରମ ସୀମାରେ ପହଞ୍ଚିଲାଣି। ଏପରିକି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ ଅର୍ଥ ହରିଲୁଟ୍ େହାଇଥିବା େନଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ବ୍ୟବସ୍ଥା ଅନୁସାରେ, ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳାଧିପତି ଅଟନ୍ତି। ସବୁ କୁଳପତିଙ୍କୁ ରାଜ୍ୟପାଳ ହିଁ ନିଯୁକ୍ତି ଦିଅନ୍ତି। ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ଅଛନ୍ତି। ଅଣବୈଷୟିକ ବିଶ୍ବବିଦ୍ୟାଳୟମାେନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଓ ବୈଷୟିକ ବିଶ୍ବବିଦ୍ୟାଳୟ, କୃଷି ବିଶ୍ବବିଦ୍ୟାଳୟ, ସଂସ୍କୃତି ବିଶ୍ବବିଦ୍ୟାଳୟ ନିଜ ନିଜ ବିଭାଗ ନିୟନ୍ତ୍ରଣରେ ଅଛନ୍ତି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ସମୀକ୍ଷା କରିଥିଲେ ସ୍ଥାନୀୟ ପାଣ୍ଠି ସମୀକ୍ଷା ନିେର୍ଦଶାଳୟ। ଏହି ରିେପାର୍ଟ ବିଧାନସଭାରେ ଉପସ୍ଥାପିତ େହାଇଛି।

ରିେପାର୍ଟରେ ଦର୍ଶାଯାଇଛି, ୨୦୧୬ ଏପ୍ରିଲ ପହିଲା ସୁଦ୍ଧା ଏସବୁ ବିଶ୍ବବିଦ୍ୟାଳୟରେ ୧୩୪ େକାଟି ୫ଲକ୍ଷ ଟଙ୍କା ଖର୍ଚ୍ଚ ନ େହାଇ ପଡି ରହିଥିଲା। ଏହା ସତ୍ତ୍ବେ ୨୦୯ େକାଟି ୧୫ ଲକ୍ଷ ଟଙ୍କା ଏମାନଙ୍କୁ ପୁଣି ମଞ୍ଜୁର କରାଗଲା। ସେ ବର୍ଷ ମଧ୍ୟ ୧୨୮ େକାଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ େହାଇପାରିଲା ନାହିଁ। ଅଡିଟ୍ ଯାଞ୍ଚ ବେଳେ ଜଣାପଡିଲା େଯ କର୍ତୃପକ୍ଷ ଖାଲି ଅର୍ଥ ଖର୍ଚ୍ଚ କରିବାରେ ବିଫଳ ତା ନୁେହଁ, ୨୯୭ େକାଟି ୮୫ଲକ୍ଷ ଟଙ୍କାର ବିନିେଯାଗ ପ୍ରମାଣ ପତ୍ର ମଧ୍ୟ ଦାଖଲ କରିପାରିନାହାନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ବିନିେଯାଗ ପ୍ରମାଣ ପତ୍ର (ୟୁସି) ଦାଖଲ େହାଇପାରିନଥିବା ଅର୍ଥ ରାଶିର ପରିମାଣ େହଉଛି ୧୮୪ େକାଟି ୯୫ ଲକ୍ଷ ଟଙ୍କା।
ଅଡିଟ୍ ୨୩୦ େକାଟି ୪୧ଲକ୍ଷ ଟଙ୍କାର ଖର୍ଚ୍ଚ ଉପରେ ଆପତ୍ତି ଉଠାଇଛନ୍ତି। େଯଉଁଥିରେ ୧୮୫ େକାଟି ୨ଲକ୍ଷ ଟଙ୍କାର କାଗଜପତ୍ର ବା େରଜିଷ୍ଟର ଅଡିଟ୍ ଟିମକୁ କର୍ତୃପକ୍ଷ େଦଖାଇଲେ ନାହିଁ। ପାଖାପାଖି ୪୫ େକାଟି ୩୯ଲକ୍ଷ ଟଙ୍କା ମନଇଚ୍ଛା ଖର୍ଚ୍ଚ େହାଇଛି, ଯେଉଁଥିପାଇଁ ବଜେଟରେ ବ୍ୟବସ୍ଥା ନଥିଲା କି ଅନୁମୋଦନ ନିେର୍ଦଶନାମା ମିଳିନାହିିଁ।

ଯାଞ୍ଚ ବେଳେ ଏକଥା ବି େଦଖାଗଲା େଯ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏନସିସି ପାଣ୍ଠିରୁ ପାଖାପାଖି େକାଟିଏ ଟଙ୍କା ଗିଳି େଦଇଛନ୍ତି। ସେ ମଧ୍ୟରୁ ୪୭ ଲକ୍ଷ ୭୩ ହଜାର ୯୧୩ ଟଙ୍କା ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର େହାଇଛି। କୌଣସି କାରଣ ନଥାଇ ବା ସହାୟକ ଦସ୍ତାବିଜ ବିନା ଏହି ଟଙ୍କା ଏନଏସ୍ଏସର ଉପ ବିଭାଗ ଅଧିକାରୀ ତ୍ରିନାଥ ହାତୀ ଓ ଦିଲ୍ଲୀପ କୁମାର ବିଶ୍ବାଳଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ େବନିୟମ ଭାବେ ସ୍ଥାନାନ୍ତର କରାଯାଇ ଅର୍ଥ ଆତ୍ମସାତ୍ େହାଇଛି। ୨୦୧୪ ଏପ୍ରିଲ ୧୫ ତାରିଖ, ଜୁଲାଇ ୧୨ ତାରିଖ, ଅକ୍ଟୋବର ୬ ତାରିଖ, ୨୦୧୫ େଫବ୍ରୁଆରି ୨୧ ତାରିଖ, ଜୁନ ୨୦ ତାରିଖ, ଜୁଲାଇ ୨୮ ତାରିଖରେ ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଯାଇଛି।

ଭାରତୀୟ େଷ୍ଟଟ ବ୍ୟାଙ୍କ େଜ୍ୟାତିବିହାର, ବୁର୍ଲା ଶାଖାରେ ଥିବା ଏନଏସ୍ଏସ୍ େଯାଜନା ସେଂଯାଜକଙ୍କ ବ୍ୟାଙ୍କ ପାସ୍ ଖାତା (ନଂ-୧୦୫୨୬୦୯୨୮୦୯) ବିବରଣୀକୁ ଯାଞ୍ଚ କରାଯିବା ପରେ ଜଣାପଡିଛି େଯ ୧୦ଟି ଚେକ୍ ମାଧ୍ୟମରେ ୪୩ଲକ୍ଷ ୮୨ ହଜାର ୯୦୦ ଟଙ୍କା ଉଠାଣ େହାଇଛି। ହେଲେ ଅଡିଟ୍ ଟିମକୁ କର୍ତୃପକ୍ଷ ମାତ୍ର ୫୩ ହଜାର ୫୯୪ ଟଙ୍କାର ଭାଉଚର େଦଖାଇ ପାରିଥିଲେ। ଏହିପରି େମାଟ ୯୧ଲକ୍ଷ ୩ ହଜାର ୨୧୯ ଟଙ୍କା ଆତ୍ମସାତ୍ କରାଯାଇଥିବା ଜଣାପଡିଛି।

କେବଳ ଏହି େଗାଟିଏ େକ୍ଷତ୍ରରେ ନୁହେଁ, ଭୁଲ ପେନସନ ଗଣନା କରି କର୍ମଚାରୀଙ୍କ ପ୍ରାପ୍ୟ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅଧିକ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ଦିଆଯାଇଛି। କେବଳ ୨୦୧୬-୧୭ ଆର୍ଥିକ ବର୍ଷରେ ୨୭ ଜଣ େପନସନଧାରୀଙ୍କୁ ୩୨ଲକ୍ଷ ୪୭ ହଜାର ୪୧୮ ଟଙ୍କା ଅଧିକ ଦିଆଯାଇଥିବା ଜଣାପଡିଛି।

ବିଶ୍ବବିଦ୍ୟାଳୟର ୩ଟି ବସ ରହିଛି। ଦୈନିକ ୨ଟି ବସ େଜ୍ୟାତିବିହାର-ସମ୍ବଲପୁର ମଧ୍ୟରେ ଛାତ୍ର ଓ କର୍ମଚାରୀଙ୍କୁ େନବା ଆଣିବା କରିଥାଏ। େଗାଟିଏ ବସ ଅକାମୀ େହାଇ ପଡିଛି। ଏହି ବସ ଚଳାଚଳ ବାବଦରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପାଖାପାଖି ୨୪ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ବସ ଫି ବାବଦରେ ମାତ୍ର ୯ ଲକ୍ଷ ୫୦ ହଜାର ଟଙ୍କା ଆଦାୟ େହାଇଛି। ଅର୍ଥାତ୍ ୧୪ଲକ୍ଷ ୬୫ଲକ୍ଷ ଟଙ୍କା ବରବାଦ େହାଇଛି।

କେବଳ ସେତିକି ନୁହେଁ, ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଣ୍ଠିରୁ ସ୍ନାତକୋତ୍ତର ହଷ୍ଟେଲର ବିଦ୍ୟୁତ େଦୟ ବାବଦରେ ୯ଲକ୍ଷ ୨୪ ହଜାର ଟଙ୍କା ଅନୁଚିତ େଦୟ ପ୍ରଦାନ କରାଯାଇଛି।

ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ଥିତି ଅନୁରୂପ। ପରିସର ମଧ୍ୟରେ ଥିବା େଷ୍ଟଟବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, କ୍ୟାଣ୍ଟିନ ମାଲିକଙ୍କ ଠାରୁ ନା ଘରଭଡ଼ା ଆଦାୟ େହାଇଛି ନା ଜଳକର ବା ବିଦ୍ୟୁତ େଦୟ। ପାଖାପାଖି ୩ଲକ୍ଷ ୮୮ ଟଙ୍କା େଗାଟିଏ ବର୍ଷରେ ବରବାଦ େହାଇଛି। ଓୟୁଏଟିରେ ମଧ୍ୟ ଏହିପରି ଢଙ୍ଗରେ ୩ଲକ୍ଷ ୫୦ ହଜାର ଟଙ୍କା ଆଦାୟ ନ େହାଇ ବିଶ୍ବବିଦ୍ୟାଳୟକୁ କ୍ଷତି ପହଞ୍ଚାଇଥିବା ଅଡିଟ୍ ଟିମ୍ ଧରିଛି। ଯଦିଓ ଛାତ୍ରାବାସରୁ ବିଦ୍ୟୁତ େଦୟ ବାବଦରେ ୧୬ଲକ୍ଷ ୯୧ ହଜାର ଟଙ୍କା ଆଦାୟ େହାଇଛି, େଵସ୍କୋକୁ କିନ୍ତୁ ୨୬ଲକ୍ଷ ୧୫ ହଜାର ଟଙ୍କା ବିଲ ପୈଠ େହାଇଛି। ବର୍ଷ ବର୍ଷ ଧରି ଏମିତି ଚାଲିଆସିଥିବା ଅଡିଟ୍ ଟିମ ତାଙ୍କ ରିେପାର୍ଟରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର