ଟଙ୍କା ଜବତ ଓ ଟୋଲଗେଟ୍‌ ଆନ୍ଦୋଳନ ମାମଲା : ହାଜର ହେଲେନି ସନାତନ

କେନ୍ଦୁଝର : ଟୋଲ ଗେଟ୍‌ ଆନ୍ଦୋଳନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସ˚ପୃକ୍ତି ଏବ˚ ଏହି ଆନ୍ଦୋଳନ ପାଇଁ ଆସୁଥିବା ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଅଧିକ ତଦନ୍ତ ପାଇଁ କେନ୍ଦୁଝର ସଦର ଥାନା ପକ୍ଷରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ତାଙ୍କ ଅନ୍ୟ ୫ଜଣ ସହଯୋଗୀଙ୍କୁ ନୋଟିସ୍‌ ‌ହୋଇଥିଲା। ୫ ତାରିଖରେ ସନାତନ ମହାକୁଡ ସଦର ଥାନାରେ ହାଜର ହେବାକୁ ଥିବାବେଳେ ଆଜି ସେ ହାଜର ହୋଇ ନାହାନ୍ତି। ଅସୁସ୍ଥତା କାରଣରୁ ଡାକ ଯୋଗେ ଟାଇମ ପିଟିସନ ପଠାଇଛନ୍ତି। ତେଣୁ ପୁଣି ଥାନାରୁ ଆଉଥରେ ନୋଟିସ ପଠାଇ ପରବର୍ତ୍ତୀ ସମୟ ସ୍ଥିର ହେବ ବୋଲି ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଜାନୁଆରି ୧୨ ତାରିଖରେ କେନ୍ଦୁଝର ସହର ଉପକଣ୍ଠ ବନାଯୋଡିଠାରେ ଥିବା ଟୋଲଗୋଟ ନିକଟରେ ଟୋଲ ଆଦାୟକୁ ନେଇ ଏକ ବିରାଟ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ବେଳେ ଏକ ଗାଡ଼ିରେ ଥିବା ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା ଜବତ ପରେ ଯୋଡା ଇଣ୍ତସଇଣ୍ତ ବ୍ୟାଙ୍କରେ ଥିବା ବିଧାୟକ ଶ୍ରୀ ମହାକୁଡଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା।

ସମ୍ବନ୍ଧିତ ଖବର