ମୌସୁମୀ ନେଇ ସ୍କାଏମେଟ୍‌ର ପୂର୍ବାନୁମାନ : ବର୍ଷା କମିବ, ମରୁଡ଼ି ଆଶଙ୍କା

ଏଲନିନୋ ଭୟ, ଭାରତକୁ ବିପଦ, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

ଭୁବନେଶ୍ବର : ଭାରି ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ସ୍ବାଭାବିକ ଠାରୁ ଅଧିକ ବର୍ଷା ବି ହେବନି। ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ମଧ୍ୟ ମାତ୍ର ୩୦%। ୫୫% ସମ୍ଭାବନା ରହିଛି, ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇପାରେ। ମରୁଡି (୧୫%) ଆଶଙ୍କାକୁ ବି ଏଡାଇ ଦେଇ ହେବନାହିଁ।

ପାଣିପାଗ ସଂପର୍କରେ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ସମୁଦ୍ର ପତ୍ତନ ତାପମାତ୍ରା, ବାୟୁ ପ୍ରବାହ, ହୀମପାତ, ଲା-ନିନା ଏବ˚ ଏଲ୍‌ ନିନୋର ପ୍ରଭାବକୁ ବିଚାରକୁ ନେଇ ମୌସୁମୀ ସ˚ପର୍କରେ ଏମିତି ଚିତ୍ର ଆଙ୍କିଛି। ଜୁନ୍-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ୪ମାସ ପାଇଁ ସ୍କାଏମେଟର ଆକଳନ କହୁଛି, ଏଲ୍‌-ଲିନୋ ପ୍ରଭାବରେ କମ୍‌ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ଭାରତୀୟ କୃଷି ଓ ଅର୍ଥନୀତିକୁ ମଧ୍ୟ ଏହା ବେଶ୍‌ ପ୍ରଭାବିତ କରିବ। କିଛି ରାଜ୍ୟ ପାଇଁ ବିପତ୍ତି ବି ଆଣିପାରେ। ହେଲେ ଓଡ଼ିଶା ପାଇଁ କିନ୍ତୁ ଏଭଳି କୌଣସି ବିପଦର ଆଶଙ୍କା ନାହିଁ। ବରଂ ଭଲ ବର୍ଷା େହବ, ମୌସୁମୀ ଅପେକ୍ଷାକୃତ ଅନୁକୂଳ ରହିବ।

ମଡେଲ ସୂଚାଉଛି, ପ୍ରଶାନ୍ତ ମହାସାଗରରେ ତାପମାତ୍ରା ଅତ୍ୟନ୍ତ ଉତ୍ତପ୍ତ ରହିଛି। ଏଣୁ ଏବର୍ଷ ଏଲ୍‌ନିନୋର ଜବରଦସ୍ତ ପ୍ରଭାବ ରହିବ। ବର୍ଷା କମିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଯେ କୌଣସି ମୁହୂର୍ତରେ ଏଲନିନୋ େଘାଷଣା େହାଇପାରେ।

ସାଧାରଣତଃ ଜୁନ ମାସରେ ୧୬୬ ମିଲିମିଟର ବର୍ଷା େରକର୍ଡ କରାଯାଇଥାଏ। ସ୍କାଏମେଟ୍ ଆକଳନ କହୁଛି, ଏହା ୧୨୬ ମିଲିମିଟରକୁ କମିଯାଇପାରେ। ଜୁଲାଇରେ ୨୮୯ ମିଲିମିଟର ସ୍ଥାନରେ ୨୬୩ ମିଲିମିଟର ବର୍ଷା େହାଇପାରେ। କିନ୍ତୁ ଅଗଷ୍ଟ ମାସରେ ୨୬୧ ମିଲିମିଟର ସ୍ଥାନରେ ୨୬୬ ମିଲିମିଟର, େସପ୍ଟେମ୍ବରରେ ୧୭୩ ମିଲିମିଟର ସ୍ଥାନରେ ୧୭୧ ମିଲିମିଟର ବର୍ଷା ସମ୍ଭାବନା ରହିଛି।

ଏବେ ଲା-ଲିନାର ପ୍ରଭାବ ରହିଛି। ଜୁନ ମାସ େବଳକୁ ଏଲନିନୋ ପ୍ରଭାବ ଅନୁଭୂତ େହବ। ପୂର୍ବ ଭାରତ ଓ େକନ୍ଦ୍ରୀୟ ଅଞ୍ଚଳରେ ଏହାର ସବୁଠାରୁ ବଡ଼ ପ୍ରଭାବ ଅନୁଭୂତ େହବ। କିନ୍ତୁ ଓଡ଼ିଶା, ଛତିଶଗଡ ଓ ଆନ୍ଧ୍ର ଉପକୂଳରେ ସ୍ବାଭାବିକ ବର୍ଷା େହବ, ଅର୍ଥାତ୍ କୌଣସି ପ୍ରଭାବ ପଡିବନାହିଁ।

ପୂର୍ବରୁ ସ୍କାଏମେଟ୍ ସ୍ବାଭାବିକ ବର୍ଷା ସଂପର୍କରେ ପୂର୍ବାନୁମାନ କରିଥିଲା। ଆଜି କିନ୍ତୁ ପ୍ରକାଶ ପାଇଥିବା ରିେପାର୍ଟରେ ସଂସ୍ଥା ସୂଚାଇଛି େଯ ପାଣିପାଗରେ ଦ୍ରୁତ ପରିବର୍ତନ ଅନୁଭୂତ େହଲାଣି। ଏଣୁ ଏହାର ପ୍ରଭାବ ମଧ୍ୟ ଅନୁରୂପ େହବ।

ଉଲ୍ଲେଖଯୋଗ୍ୟ, ସାଧାରଣତଃ ୯୬% ବା ଏହାଠାରୁ ୫% ଅଧିକ ବର୍ଷା ହେଲେ ଏହାକୁ ସ୍ବାଭାବିକ ମୌସୁମୀ ଭାବେ ବିବେଚନା କରାଯାଏ। ୧୦୪%ରୁ ଅଧିକ ହେଲେ ସ୍ବାଭାବିକ ଠାରୁ ଅଧିକ ବର୍ଷା ବୋଲି ବିବେଚନା କରାଯାଏ। ସ୍କାଏମେଟ୍ ଆକଳନ ଯଦି ସତ୍ୟ ହୁଏ ତେବେ ବର୍ଷାର ପରିମାଣ ୯୦ରୁ ୯୩ % ପର୍ଯ୍ୟନ୍ତ ରହିପାରେ।

ସମ୍ବନ୍ଧିତ ଖବର