ମାସ ଶେଷ ସୁଦ୍ଧା ରାଜ୍ୟ କଂଗ୍ରେସର ସବୁ କମିଟି ପୁନର୍ଗଠନ

ଭୁବନେଶ୍ୱର: ଚଳିତ ମେ’ ମାସ ଶେଷ ସୁଦ୍ଧା ରାଜ୍ୟ କଂଗ୍ରେସର ସମସ୍ତ କମିଟି ପୁନର୍ଗଠିତ ହେବ। ବ୍ଲକ, ଜିଲ୍ଲା କଂଗ୍ରେସ କମିଟିଠାରୁ ଆରମ୍ଭ କରି ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ବିଭିନ୍ନ କମିଟିମାନ ଗଠନ କରାଯିବ। ଆଜି ଏ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାକୁ ଦୃଷ୍ଟିରେ ରଖି ପିସିସିର ୩ଜଣ କାର୍ଯ୍ୟକାରୀ ସଭାପତି, ରାଜ୍ୟ କଂଗ୍ରେସ ପାଇଁ ନିଯୁକ୍ତ ଏଆଇସିସି ସଂପାଦକ ରୁଦ୍ର ରାଜୁ, ସଂପାଦକ ସେକ୍‌ ମସ୍ତାନ ଓ୍ଵାଲି, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ପ୍ରମୁଖ ରାଜ୍ୟ ଗସ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର