ରାଜ୍ୟର ୧୬ ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା; ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର: ସରକାରଙ୍କ ରିପୋର୍ଟ ଅନୁସାରେ ରାଜ୍ୟର ୧୬ଟି ବ୍ଲକରେ ପ୍ରାୟ ୨ଶହ ମିଲିମିଟରରୁ ଅଧିକ ପରିମାଣ ବର୍ଷା ରେକର୍ଡ କରାଯାଇଛି। ଆସନ୍ତୁ ଜାଣିବା କେଉଁ ବ୍ଲକରେ କେତେ ବର୍ଷା ହୋଇଛି।

ପୁରୀ- ୩୨୨ ମିଲିମିଟର

ବ୍ରହ୍ମଗିରି- ୨୯୩ ମିଲିମିଟର

ରାମପୁର- ୨୮୮.୪ ମିଲିମିଟର

ଜୁନାଗଡ଼- ୨୫୬ ମିଲିମିଟର

ଜଟଣୀ- ୨୫୫ ମିଲିମିଟର

ଡେଲାଙ୍ଗ- ୨୪୫ ମିଲିମିଟର

ତେନ୍ତୁଲିଖୁଣ୍ଟି- ୨୪୧. ୪ ମିଲିମିଟର

ପିପିଲି- ୨୪୦ ମିଲିମିଟର

କେଶିଙ୍ଗା- ୨୩୭ ମିଲିମିଟର

କାଶିପୁର- ୨୨୩ ମିଲିମିଟର

ବୈପାରୀଗୁଡ଼ା- ୨୨୦ ମିଲିମିଟର

ନର୍ଲା- ୨୧୨. ୭ ମିଲିମିଟର

ଜୟପାଟଣା- ୨୧୦ ମିଲିମିଟର

କୋରକୁଣ୍ଡା- ୨୦୧୮ ମିଲିମିଟର

ବାରଙ୍ଗ- ୨୦୫ ମିଲିମିଟର

କଲାମପୁର- ୨୦୦ ମିଲିମିଟର

ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଅଂଚଳ ଜଳମଗ୍ନ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଯାଇଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଥିଲା ଆଂଚଳିକ ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର