ଅର୍ଥମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ଶତାଧିକ ଆଇନଜୀବୀ ଗିରଫ

0 378

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଦାବି କରାଯାଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ପ୍ରତିବାଦରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରିଛି ଜିଲ୍ଲା ଓକିଲ ସଂଘ। ମନ୍ତ୍ରୀ ଶ୍ରୀ ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହିତ ବିରୋଧ କରିଥିବା ଶତାଧିକ ଆଇନଜୀବୀଙ୍କୁ ଆଜି ପୁଲିସ ଗିରଫ କରିଛି। ଏପରିକି ଏହି ସମୟରେ ପୁଲିସ- ଆଇନଜୀବୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଦାବି କରି ଆସୁଛି। ମାତ୍ର ଏହି ଦାବି ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଉଛନ୍ତି। ଏହାର ପ୍ରତିବାଦରେ ସମ୍ବଲପୁରକୁ ଯେକୌଣସି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପାଇଁ ସମ୍ବଲପୁର ଓକିଲ ସଙ୍ଘ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।ଏହିକ୍ରମରେ ଆଜି ଗଙ୍ଗଧର ମେହେର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମ୍ବଲପୁର ଆସିଥିବା ବେଳେ ତାଙ୍କ ଗସ୍ତକୁ ବିରୋଧ କରି ଓକିଲ ସଙ୍ଘ ପକ୍ଷରୁ ଗଙ୍ଗାଧର ମେହେର କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ କଳା ପତକା ପ୍ରଦର୍ଶନ କରାଯାଇଥିଲା। ସେହିପରି ଚର୍ଚ୍ଚ ଛକ ଠାରେ ମଧ୍ୟ ଆଇନଜୀବୀମାନେ ବିକ୍ଷୋଭ କରିଥିଲେ। ସେଠାରେ ପୁଲିସ ଆଇନଜୀବୀମାନଙ୍କୁ ଗିରଫ ପାଇଁ ଉଦ୍ୟମ କଲାବେଳେ ଗଣ୍ଡଗୋଳ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.